ରାଜ୍ୟରେ ନୂଆ ୫୯୧ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ

Share this:

ରାଜ୍ୟରେ ଆଜି  ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୫ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୮୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ  ଜିଲାରେ ୧୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ  ରୁ ୩୮ ଜଣ ଓ କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲା ରୁ ୮ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ, ଜଗତସିଂହପୁର ଓ ନବରଙ୍ଗପୁର ରୁ ୨୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି।  କେଉଁଝର ରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି।  ସେହିପରି ଝାରସୁଗୁଡା ଓ ବୌଦ୍ଧ ଜିଲ୍ଲାରୁ ୫ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୮ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲ୍ଲା ରୁ ୬ ଜଣ ଓ ଭଦ୍ରକ ଓ ଦେଓଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୩୫ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡ  ଜିଲ୍ଲାରୁ ୧୧ ଜଣ ଓ ସମ୍ବଲପୁର  ଜିଲ୍ଲାରୁ ୨୦ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲା ରୁ ଜଣ ଓ ବଲାଙ୍ଗୀରି ଓ ଢେଙ୍କାନାଳ ଜିଲ୍ଲାରୁ ୯  ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ରୁ ୧୩ ଜଣ  ସଂକ୍ରମିତ ହୋଇଛନ୍ତି। ଅନଗୁଳ ଓ ରାୟଗଡ଼ା ଜିଲ୍ଲା ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୭୭ ହଜାର ୮୯୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୬,୭୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଛନ୍ତି। ୧୧,୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୯ ଜଣଙ୍କ ର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫,୨୫୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

FROM THE WEB

Share this: