Corona Vaccination India:ଭାରତରେ ଗତ ୨୪ ଘଣ୍ଟାରେ ରେକର୍ଡ ପରିମାଣର ୩୬ ଲକ୍ଷରୁ ଅଧିକ ଦିଆଯାଇଛି କରୋନା ଟିକା

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡ଼ୁ, କେରଳ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଦୈନିକ କରୋନା ମାମଲା ବୃଦ୍ଧି
ନୂଆଦିଲ୍ଲୀ: ଟିକାକରଣ (Corona Vaccination) ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ଭାରତରେ ୩୬.୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି।
ଟିକାକରଣ ଅଭିଯାନର ୭୬ତମ ଦିବସ ୧ ଏପ୍ରିଲରେ ୩୬ଲକ୍ଷ ୭୧ହଜାର ୨୪୨ ଡୋଜ୍ ଟିକା ଦିଆଯାଇଛି। ଏଥିରୁ ୫୧ ହଜାର ୨୧୫ ସେସନରେ ୩୩ ଲକ୍ଷ ୬୫ ହଜାର ୫୯୭ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୩ ଲକ୍ଷ ୫ହଜାର ୬୪୫ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।
ଆଜି ସକାଳ ୭ଟା ସୁଦ୍ଧା ୧୧ ଲକ୍ଷ ୩୭ ହଜାର ୪୫୬ ସେସନରେ ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଡୋଜ୍ ଟିକା ଦିଆଯାଇଛି। ମୋଟ ଟିକାକରଣରୁ ୫୯.୫୮% ଡୋଜ୍ ଦିଆଯାଇଛି ଆଠଟି ରାଜ୍ୟରେ । ଭାରତରେ ଦିଆଯାଇଥିବା ମୋଟ ଡୋଜର ୯.୪୮% କେବଳ ଦିଆଯାଇଛି ମହାରାଷ୍ଟ୍ରରେ।
ସେହିପରି ଆଠଟି ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡ଼ୁ, କେରଳ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଦୈନିକ ନୂଆ କରୋନା ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ନୂଆ ମାମଲାରୁ ୮୧.୨୫% ଏହି ସବୁ ରାଜ୍ୟରୁ ଆସିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୮୧,୪୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୩ ହଜାର ୧୮୩ ମାମଲା ଆସିଛି। ଏହା ପଛକୁ ଛତିଶଗଡ଼ରେ ୪,୭୧୭ ଏବଂ କର୍ଣ୍ଣାଟକରେ ୪୨୩୪ ନୂଆ ମାମଲା ଆସିଛି।
ଭାରତରେ ଆଜି ମୋଟ ସକ୍ରିୟ କରୋନା ମାମଲା ୬ଲକ୍ଷ ୧୪ହଜାର ୬୯୬ ରେ ପହଞ୍ଚିଛି। ଏହା ଦେଶର ମୋଟ ପଜିଟିଭ୍ ମାମଲାର ୫%। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୩୦ହଜାର ୬୪୧ ବୃଦ୍ଧି ହୋଇଛି।
ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୭.୯୧% ଆସିଛି ପାଞ୍ଚଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, କେରଳ ଏବଂ ପଞ୍ଜାବରୁ। ଦେଶର ମୋଟ ସକ୍ରିୟ ମାମଲା ମଧ୍ୟରୁ ୫୯.୮୪% ରହିଛି କେବଳ ମହାରାଷ୍ଟ୍ରରେ।
ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୧କୋଟି ୧୫ଲକ୍ଷ ୨୫ହଜାର ୩୯ରେ ପହଞ୍ଚିଛି। ଜାତୀୟ ସୁସ୍ଥତା ହାର ରହିଛି ୯୩.୬୮%।
ଗତ ୨୪ ଘଣ୍ଟା ମଧ୍ୟରେ ୫୦ହଜାର ୩୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତ୍ୟୁରୁ ୮୩.୧୬% ହୋଇଛି ଛଅଟି ରାଜ୍ୟରେ। ମହାରାଷ୍ଟ୍ରରେ ସର୍ବାଧିକ ୨୪୯ ଜଣ ଏବଂ ଏହା ପଛକୁ ପଞ୍ଜାବରେ ୫୮ ଜଣଙ୍କ ମୃତ୍ୟୁ ହୋଇଛି।
୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ। ଏସବୁ ହେଲା, ଓଡ଼ିଶା, ଲଦାଖ, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ସିକିମ, ଲାକ୍ଷାଦ୍ୱୀପ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ।
RECOMMENDED DEALS
Sony Bravia 108 cm (43 inches) 4K Ultra HD Smart Android LED TV 43X7400H (Black) (2020 Model)
₹ 49,990.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Onida 108 cm (43 Inches) Fire TV Edition Full HD Smart IPS LED TV 43FIF (Black) (2020 Model)
₹ 23,149.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Vu 139 cm (55 inches) 4K Ultra HD Smart Android LED TV 55UT (Black) (2020 Model) | With 5-Hotkeys
₹ 41,999.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Kodak 102 cm (40 Inches) Full HD Certified Android LED TV 40FHDX7XPRO (Black) (2020 Model)
₹ 19,499.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Sony Bravia 138.8 cm (55 inches) 4K Ultra HD Smart LED TV KD-55X7002G (Black) (2019 Model)
₹ 57,999.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Also Read | Corona Vaccination India:ଏପ୍ରିଲ୍ ୧ପରେ, ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି କରୋନା ଟିକା ପାଇବେ: ଜାଭଡେକର୍