Odisha Corona List: କମୁଛି କରୋନା ସଂକ୍ରମଣ, ଆଜି ୧୦୩୨  ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କମୁଛି କରୋନା (Corona) ସଂକ୍ରମଣ ଗତ ୨୪ ଘଣ୍ଟାରେ ୧ ହଜାର ୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୯୮ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୩୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୨୩୭ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୮ଜଣ, ବାଲେଶ୍ଵରରୁ ୩୬ଜଣ, ବରଗଡ଼ରୁ ୮ଜଣ, ଭଦ୍ରକରୁ ୪୭ଜଣ, ବଲାଙ୍ଗୀରିରୁ ୪ଜଣ, ବୌଦରୁ ୨ଜଣ, କଟକରୁ ୧୫୪ ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୨୫ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୮ଜଣ, ଜଗତସିଂପୁରରୁ ୮୨ଜଣ, ଯାଜପୁରରୁ ୪୩ଜଣ, ଝାରସୁଗୁଡାରୁ ୩ଜଣ, କଳାହଣ୍ଡିରୁ ୬ଜଣ, କନ୍ଧମାଳରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, କେଉଁଝରରୁ ୨୩ଜଣ, କୋରାପୁଟରୁ ୯ଜଣ, ମାଲକାନଗିରିରୁ ୬ଜଣ, ମୟୁରଭଞ୍ଜରୁ ୨୦ଜଣ, ନବରଙ୍ଗପୁରରୁ ୬ଜଣ, ନୟାଗଡ଼ରୁ ୩୦ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୮୨ଜଣ, ରାୟଗଡାରୁ ୮ଜଣ, ସମ୍ବଲପୁରରୁ ୧୯ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡରୁ ୨୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫୦ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୧ ଲକ୍ଷ ୬୪ ହଜାର ୫୪୩ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୯ ହଜାର ୭୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୭୭୩ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୭୯ ହଜାର ୭୩୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ହଜାର ୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Jammu Kashmir: ଜାମ୍ମୁ କାଶ୍ମୀରରେ ପଥର ଫିଙ୍ଗାଳିକୁ ଆଉ ମିଳିବନି ସରକାରୀ ଚାକିରୀ ଓ ପାସପୋର୍ଟ

Share this: