Odisha:କରୋନା କାଳରେ କେନ୍ଦ୍ର ସରକାର ଓଡିଶାକୁ ୨୨ହଜାର କୋଟି ଟଙ୍କାରୁ ଅଧିକ ସହାୟତା ପ୍ୟାକେଜ ଦେଇଛନ୍ତି:ଧର୍ମେନ୍ଦ୍ର ପ୍ରଧାନ

Share this:

ଭୁବନେଶ୍ଵର: କରୋନା (Covid-19) ସମୟରେ ମୋଦୀ ସରକାର ଓଡିଶାକୁ ୨୨ହଜାର ୨୭୬ କୋଟି ୬୬ଲକ୍ଷ ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରିଛନ୍ତି। କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି। ଶୁକ୍ରବାର ଭୁବନେଶ୍ଵରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।

 ସେ କହିଛନ୍ତି, ରାଜ୍ୟରପ୍ରାୟ ୩କୋଟି ୧୭ଲକ୍ଷ ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଲେଖାଏଁ ଚାଉଳଯୋଗାଇ ଦିଆଯାଇଛି। ଯାହାର ମୂଲ୍ୟ ୨ହଜାର ୨୫୫କୋଟି ଟଙ୍କା ହେବ। ସେହିପରି ୯୨ଲକ୍ଷ ୫୮ହଜାର ହିତାଧିକାରୀଙ୍କୁ ଡାଲି ଯୋଗାଇ ଦିଆଯାଇଛି। ଏଥିସହିତ ଜନଧନ (Jan Dhan) ଖାତା ଥିବା ୮୫ଲକ୍ଷ ୨୦ହଜାର ହିତାଧିକାରୀଙ୍କୁ ୧ହଜାର ୨ଶହ ୫୮କୋଟି ୨ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି।

ଜିଏସଟି ବାବଦରେ ରାଜ୍ୟକୁ ୨୦୧୯-୨୦ର ବକେୟା ଦେୟ ୫ହଜାର ୧୨୨ କୋଟି ଏବଂ ୨୦୨୦-୨୧ ପାଇଁ ୨ହଜାର ୨୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଯୋଜନାରେ ମଧ୍ୟ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ୪ଶହ କୋଟି ୬୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Also Read |Odisha Covid19: ଆଜି ରାଜ୍ୟରେ ନୂଆ ୨୧୩୮ ଜଣ କରୋନା ପଜିଟିଭ ଚିହ୍ନଟ

Share this: