Covid Cases Odisha: ଓଡ଼ିଶାରେ ଆଜି ୯୮୬ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ପୁଣି ବଢିଛି କରୋନା (Coronavirus) ସଂକ୍ରମଣ। ଗତ ଗତ ୨୪ ଘଣ୍ଟାରେ ୯୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୭୪ଜଣ   ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୧୨ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ୧୮ ବର୍ଷ ମଧ୍ୟରେ ଅଛନ୍ତି ୧୨୮ଜଣ। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ ୩୭୩ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୪ଜଣ, ବାଲେଶ୍ଵରରୁ ୨୫ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ୧୪ଜଣ, ବଲାଙ୍ଗୀରିରୁ ୧୭ଜଣ, କଟକରୁ ୧୩୯ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୧୫ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୮ଜଣ, ଜଗତସିଂପୁରରୁ ୪୫ଜଣ, ଯାଜପୁରରୁ ୪୯ଜଣ, କଳାହଣ୍ଡିରୁ ୬ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୨୩ଜଣ, କେଉଁଝରରୁ ୧୩ଜଣ, କୋରାପୁଟରୁ ୩ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୩୨ଜଣ, ନବରଙ୍ଗପୁରରୁ ୬ଜଣ, ନୟାଗଡ଼ରୁ ୨୦ଜଣ, ପୁରୀରୁ ୩୨ଜଣ, ରାୟଗଡାରୁ ୪ଜଣ, ସମ୍ବଲପୁରରୁ ୧୫ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୧୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୫ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୭୩ ଲକ୍ଷ ୪୪ ହଜାର ୬୦୮ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୯୯ ହଜାର ୧୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦୦୩ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୮୨ ହଜାର ୩୧୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ହଜାର ୫୭୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: