ମମତା ବାନାର୍ଜୀଙ୍କୁ ଝଟକା, ନିର୍ବାଚନ ପରବର୍ତ୍ତୀ ହିଂସା ର ହେବ CBI ଯାଞ୍ଚ, BJP ର ସ୍ଵାଗତ

Share this:

କୋଲକାତା: ପଶ୍ଚିମବଙ୍ଗ (West Bengal) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banarjee) ଙ୍କୁ ହାଇକୋର୍ଟ (High Court) ତରଫରୁ ଝଟକା ଲାଗିଛି। ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନ (Assembly Election) ପରବର୍ତ୍ତୀ ହିଂସା ଘଟଣାରେ ହାଇକୋର୍ଟ ସିବିଆଇ (CBI) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମମତା ବାନାର୍ଜୀ ସରକାରଙ୍କ ବିପକ୍ଷରେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କଲିକତା ହାଇକୋର୍ଟ ମଧ୍ୟ ହିଂସା ଘଟଣାର ତଦନ୍ତ ପାଇଁ ଏସଆଇଟି (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପଶ୍ଚିମବଙ୍ଗ କ୍ୟାଡରର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ସୂଚନାଯୋଗ୍ୟ ହିଂସା ଘଟଣାର ସିବିଆଇ ତଦନ୍ତକୁ ବଙ୍ଗଳାର ତୃଣମୂଳ କଂଗ୍ରେସ ସରକାର ବିରୋଧ କରିଥିଲେ। ଏଭଳି ପରିସ୍ଥିତିରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ତାଙ୍କ ପାଇଁ ଏକ ପ୍ରତିବନ୍ଧକ ଭଳି ହୋଇଛି।

ବେଙ୍ଗଲରେ ହୋଇଥିବା ନିର୍ବାଚନ ସମୟରେ ହତ୍ୟା, ବଳାତ୍କାର ମାମଲା ଉପରେ ସିବିଆଇ ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଅନ୍ୟ ଅପରାଧର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ସିବିଆଇ ଏବଂ ଏସଆଇଟିର ତଦନ୍ତ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହେବ। ୬ ସପ୍ତାହ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ମମତାଙ୍କ ଉପରେ ବିଜେପିର ଜୋରଦାର ଆକ୍ରମଣ କରି କହିଛି ଯେ  ହାଇକୋର୍ଟ ସରକାରଙ୍କ ସତ୍ୟତାକୁ ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ଆଦେଶରେ ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ କହିଛନ୍ତି ଯେ ଆମେ ହାଇକୋର୍ଟଙ୍କ ଆଦେଶକୁ ସ୍ୱାଗତ କରୁଛୁ। ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ହିଂସା ହୋଇଥିଲା।

Also Read | Covid Cases Odisha: ପୁଣି ବଢୁଛି କରୋନା ସଂକ୍ରମଣ, ଆଜି ୧୦୪୧ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *