Coronavirus in Odisha: ଓଡ଼ିଶାରେ କରୋନାରେ ଆଉ ୬୮ ଜଣଙ୍କ ମୃତ୍ୟୁ

Share this:

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଆଉ ୬୮ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ (Coronavirus)। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭ ହଜାର ୧୫୪ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କଟକରୁ ସର୍ବାଧିକ ୧୮ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଜଗତସିଂହପୁରରୁ ୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ଏବଂ ଢେଙ୍କାନାଳ ଜିଲ୍ଲାରୁ ୬ଜଣ ମୃତ୍ୟୁବରଣ କରିଛନ୍ତି। ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୪ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ବାଲେଶ୍ୱର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା  ବେଳେ ଗଞ୍ଜାମରୁ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ  ଏବଂ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୭୨ ଲକ୍ଷ ୭୪ ହଜାର ୫୨୯ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୯୮ ହଜାର ୧୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୪୫ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୮୧ ହଜାର ୩୧୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ହଜାର ୬୬୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: