Coronavirus in Odisha: ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୬ ହଜାର ପାର

Share this:

ଭୂବନେଶ୍ଵର: ଓଡ଼ିଶା (Odisha) ରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୬ ହଜାର ପାର କରିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁସଂଖ୍ୟା ୬୦ ଉପରେ ରହୁଛି। ରାଜ୍ୟରେ ଆଉ ୬୭ ଜଣଙ୍କ ଜୀବନ ନେଇଛି କରୋନା। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ ହଜାର ୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୧୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ସୁନ୍ଦରଗଡ ଜିଲାରୁ ୧୧ଜଣ ଏବଂ କଟକରୁ ୧୦ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ପୁରୀରୁ ୬ଜଣ ଏବଂ ଢେଙ୍କାନାଳ ଜିଲ୍ଲାରୁ ୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ଗଞ୍ଜାମ ଏବଂ ଜଗତସିଂପୁରରୁ ୪ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ ଏବଂ ଭଦ୍ରକରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ବାଲେଶ୍ଵର, ଝାରସୁଗୁଡା ଏବଂ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ  ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ବରଗଡ଼, ଯାଜପୁର ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ  କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୧ ଲକ୍ଷ ୬୪ ହଜାର ୫୪୩ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୯ ହଜାର ୭୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୭୭୩ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୭୯ ହଜାର ୭୩୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ହଜାର ୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: