Covid19 Odisha Updates: ଆଜି ଓଡ଼ିଶାରେ ୪୫୨ କରୋନା ପଜିଟିଭ ଚିହ୍ନଟ, ମୋଟ ୨୮୨୦

Share this:

ଭୁବନେଶ୍ଵର:ଓଡ଼ିଶାରେ କରୋନା (Corona Virus) ର ଦ୍ଵିତୀୟ ଲହର ଫେରିଛି। ରାଜ୍ୟରୁ ଆଜି ୨୮ ଜିଲ୍ଲାରୁ ୪୫୨ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୮୫ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୧୨ଜଣ, ବାଲେଶ୍ଵରରୁ ୫ଜଣ, ବରଗଡ଼ରୁ ୧୯ଜଣ, ଭଦ୍ରକରୁ ୪ଜଣ, ବଲାଙ୍ଗରିରୁ ୧୫ଜଣ, କଟକରୁ ୨୬ଜଣ, ଢେଙ୍କାନାଳରୁ ଜଣେ, ଦେଓଗଡ଼ରୁ ଜଣେ, ଗଜପତିରୁ ୪ଜଣ, ଗଞ୍ଜାମରୁ ୧୩ଜଣ, ଜଗତସିଂପୁରରୁ ୧ଜଣ, ଯାଜପୁରରୁ ୮ଜଣ, ଝାରସୁଗୁଡାରୁ ୧୭ଜଣ, କଳାହାଣ୍ଡିରୁ ୨୯ଜଣ, କନ୍ଧମାଳରୁ ୪ଜଣ  କେନ୍ଦ୍ରାପଡ଼ାରୁ ୨ଜଣ, କେଉଁଝରରୁ ୩ଜଣ, କୋରାପୁଟରୁ ୨ଜଣ, ମୟୁରଭଞ୍ଜରୁ ୧୦ଜଣ, ମାଲକାନଗିରିରୁ ୨ଜଣ,  ନବରଙ୍ଗପୁରରୁ ୮ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୭୧ଜଣ, ପୁରୀରୁ ୧୧ଜଣ, ରାୟଗଡାରୁ ୫ଜଣ, ସମ୍ବଲପୁରରୁ ୧୦ଜଣ, ସୁନ୍ଦରଗଡରୁ ୭୫ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୧ ଲକ୍ଷ ୩୦ ହଜାର ୨୩୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୨ ହଜାର ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୧୮ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୭ ହଜାର ୪୩୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨୪୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: