ଡିସେମ୍ବର ୨୦ ସୁଦ୍ଧା ଏକ ରାଷ୍ଟ୍ର ଏକ ରେସନ କାର୍ଡ଼ ଯୋଜନା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେବ

Share this:

ଦିଲ୍ଲୀ : (ମହିମା ଲାଇଭ ) ଜୁନ୍‌ ପହିଲା ସୁଦ୍ଧା କୋଡିଏ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏଦେଶ ଗୋଟିଏ ରେସନକାର୍ଡ ପ୍ରବର୍ତ୍ତିତ ହୋଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ରାଞ୍ଚଳ ଗୁଡିକ ହେଲେ ଆନ୍ଧ୍ରପ୍ରଦେଶ , ବିହାର , ଗୋଆ , ଗୁଜରାଟ, ହରିଆନା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ୍‌, ଉତ୍ତରପ୍ରଦେଶ, ତେଲଙ୍ଗାନା, ତ୍ରିପୁରା, ଦାମନ ଓ ଡିଉ (ଦାଦ୍ରା ନଗର ହାବେଳି)।

ଆସନ୍ତା ମାର୍ଚ୍ଚ ୩୧  ସୁଦ୍ଧା ଅବଶିଷ୍ଟ ସମସ୍ତ ରାଜ୍ୟରେ ଏକ ରାଷ୍ଟ୍ର ଏକ ରେସନକାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ସେ ରାଜ୍ୟ ଓ କେନ୍ଦ୍ରାଞ୍ଚଳ ଗୁଡିକ ହେଉଛନ୍ତି, ଛତିଶଗଡ,ଆଣ୍ଡାମାନ ଓ  ନିକୋବର, ମଣିପୁର, ନାଗାଲାଣ୍ଡ,ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ , ତାମିଲନାଡୁ, ଲଦାଖ,ଦିଲ୍ଲୀ, ମେଘାଳୟ, ପଶ୍ଚିମବଙ୍ଗ, ଅରୁଣାଚଳପ୍ରଦେଶ, ଆସାମ, ଲକ୍ଷ୍ମୀଦୀପ, ପୁଡୁଚେରୀ ଓ ଚଣ୍ଡୀଗଡ଼ ।

Share this: