Mo College: ମୋ କଲେଜ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ମୋ କଲେଜ (Mo College) ପୋର୍ଟାଲର ଆଜି ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ସଫଳତା କାମନା କରିବା ସହ ମୁଖ୍ୟମନ୍ତ୍ରୀ ଏହାଦ୍ୱାରା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଆଶା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ସ୍କୁଲ (Mo School) ଭଳି ମୋ କଲେଜ୍‍ ଅଭିଯାନ ମଧ୍ୟ ସଫଳ ହେବ। ଏହି ଅଭିଯାନ ଦ୍ୱାରା ପୁରାତନ ଛାତ୍ରଛାତ୍ରୀ ତାଙ୍କ କଲେଜର ଉନ୍ନତି ତଥା ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୋଡ଼ିହୋଇପାରିବେ। ସେ କହିଛନ୍ତି ରାଜ୍ୟର ୭୫୫ଟି କଲେଜ ଏହି ଅଭିଯାନରେ ଏପର୍ଯ୍ୟନ୍ତ ସାମିଲ ହୋଇଛି। ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଥିବା ଅନୁଦାନର ରାଜ୍ୟ ସରକାର ଦୁଇଗୁଣ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଦକ୍ଷତା ବିକାଶ ଅଭିଯାନର ଅଧ୍ୟକ୍ଷ ସୁବ୍ରତ ବାଗ୍‍ଚି, ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ବିଶିଷ୍ଟ ଲେଖିକା ପ୍ରତିଭା ରାୟ ପ୍ରମୁଖ ଯୋଗ ଦେଇଥିଲେ।

[amazon_auto_links id=”10233″]

Also Read | President Visits Odisha: ବିନା କୌଣସି ଚାପରେ ଛାତ୍ରଛାତ୍ରୀମାନଙ୍କୁ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

Share this:

Leave a Reply

Your email address will not be published. Required fields are marked *