Lock Down: ରାଜ୍ୟ ସରକାର ଆଉ ମନଇଛା ଲକଡାଉନ ଲାଗୁ କରିପାରିବେ ନାହିଁ

Share this:

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ ଅନଲକ୍-୫ (Unlock-5.0) ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ନକରି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ପ୍ରଦେଶ ସରକାର  କଣ୍ଟେନମେଣ୍ଟ ଜୋନ (Containment Zone) ବାହାରେ କୌଣସି ସ୍ଥାନୀୟ ଲକଡାଉନ ରାଜ୍ୟ, ଜିଲ୍ଲା, ସବଡିଭିଜନ, ସହର, ଗ୍ରାମୀଣ ସ୍ତରରେ ଆଉ ଲାଗୁ କରିପାରିବେ ନାହିଁ।

ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଯାତାୟାତକୁ ଅନୁମତି

ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଜନସାଧାରଣଙ୍କ ଯାତାୟାତ ଓ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ। ଏପରି ଯାତାୟାତ ନିମନ୍ତେ କୌଣସି ଭିନ୍ନ ଅନୁମତି ଅନୁମୋଦନ ଇ-ପରମିଟ (e-Permit) ଆବଶ୍ୟକ ପଡ଼ିବ ନାହିଁ।

କୋଭିଡ-୧୯ ପରିଚାଳନା ଲାଗି ସାମାଜିକ ଦୂରତା ସୁନିଶ୍ଚିତ କରିବା ସକାଶେ ସାରା ଦେଶରେ ଜାତୀୟ ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ଜାରି ରହିବ।  ଦୋକାନଗୁଡ଼ିକରେ ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ସାମାଜିକ ଦୂରତା ବଜାୟ ରହିବ। ଜାତୀୟ ନିର୍ଦ୍ଦେଶନାମା ପ୍ରଭାବୀ ଢଙ୍ଗରେ ପାଳନ ହେଉଛି କି ନାହିଁ ତାହା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁଧ୍ୟାନ କରାଯିବ।

ଦୁର୍ବଳ ବ୍ୟକ୍ତିଙ୍କ ସୁରକ୍ଷା

୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ପୂର୍ବରୁ କୌଣସି ରୋଗରେ ପୀଡ଼ିତ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ଅତ୍ୟନ୍ତ ଆବଶ୍ୟକତା ନଥିଲେ କିମ୍ବା ସ୍ୱାସ୍ଥ୍ୟ ସଂକ୍ରାନ୍ତ କାରଣ ନଥିଲେ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଉଛି।

ଆରୋଗ୍ୟ ସେତୁର ବ୍ୟବହାର:

ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନର ବ୍ୟବହାରକୁ ଉତ୍ସାହିତ କରାଯିବ।

Also Read: Odisha Assembly News: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣ:ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

Share this: