Covid19 India:ଗତ ୨୪ ଘଣ୍ଟାରେ ୮୬,୮୨୧ ନୂଆ ସଂକ୍ରମିତ ଚିହ୍ନଟ;୧୧୮୧ ମୃତ

coronavirus aws

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ (Covid-19) ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୮୨୧  କରୋନା ପଜିଟିଭ୍‌ ଚିହ୍ନଟ ଏବଂ ୧,୧୮୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନାଅନୁସାରେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୪ ରେ ପହଞ୍ଚିଛି। ମୋଟ ମୃତ୍ୟୁ ସଂଖ୍ୟା ୯୮ ହଜାର ୬୭୮ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୪୦ ହଜାର ୭୦୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୨ ଲକ୍ଷ ୭୩ ହଜାର ୨୦୧ ଜଣ ସୁସ୍ଥ ହୋଇଛନ୍ତି।

Also Read:

Share this: