Vice-President: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନା ସଂକ୍ରମିତ ହୋଇଛନ୍ତି
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ (M Venkaiah Naidu) ମଙ୍ଗଳବାର ଦିନ କରୋନା ଭୂତାଣୁ (Covid-19) ସଂକ୍ରମିତ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତିରେ ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ତାଙ୍କର ନେଗେଟିଭ ଆସିଛି। ଉପରାଷ୍ଟ୍ରପତି କରୋନାରେ ସଂକ୍ରମିତ ହେବା ପରେ ହୋମ କ୍ୱାରାଣ୍ଟାଇନ (Home Quarantine) ରେ ଅଛନ୍ତି।
ରାଜ୍ୟସଭାର ଅଧ୍ୟକ୍ଷ ଥିବା ଶ୍ରୀ ନାଇଡୁ ନିକଟରେ ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଙ୍ଗଳବାର ନିଜେ ଫିକି (FICCI) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।