By-Election: ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ଜାରି, ନଭେମ୍ବର ୧୦ରେ ଭୋଟ ଗଣତି

Share this:

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର (Baleswar-Sadar ) ଓ ତିର୍ତ୍ତୋଲ (Tirtol) ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ଅକ୍ଟୋବର ୧୬ତାରିଖକୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖଭାବେ ସ୍ଥିର କରାଯାଇଛି। ଅକ୍ଟୋବର ୧୭ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହ ୧୯ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୦ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

 ପ୍ରଥମଥର ପାଇଁ ଏହି ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ, ୮୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତମାନେ ପୋଷ୍ଟାଲ ବାଲାଟରେ ନିଜର ମତଦାନ କରିପାରିବେ। ପୋଷ୍ଟାଲ ବାଲାଟ ମାଧ୍ୟମରେ କିଭଳି ସହଜରେ ମତଦାନ କରାଯାଇପାରିବ ସେ ନେଇ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ୱର ଓ ଜଗତସିଂହପୁର (Jagatsingpur) ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ଉପ-ନିର୍ବାଚନ ପାଇଁ ନିୟମାବଳୀ:

  • ପ୍ରାର୍ଥିପତ୍ର ଦାଖଲ ପରଠାରୁ ୧୩ତାରିଖ ପର୍ଯ୍ୟନ୍ତ ନିର୍ବାଚନରେ ନିୟୋଜିତ କର୍ମଚାରୀ ଘର ଘର ବୁଲି ଫର୍ମ ଯୋଗାଇଦେବେ।
  • ଯେଉଁମାନେ ପୋଷ୍ଟାଲ ବାଲାଟ୍‍ରେ ଭୋଟ ଦେବା ପାଇଁ ଚାହିଁବେ ସେମାନେ ୧୪ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିପାରିବେ।  ଅନ୍ୟପକ୍ଷରେ ପ୍ରାର୍ଥିପତ୍ର ଦାଖଲ ସମୟରେ ମାସ୍କ ଓ ଗ୍ଲୋଭ ପିନ୍ଧିବା ବାଧ୍ୟତାମୂଳକ।
  • ପ୍ରାର୍ଥୀ ନିଜ ସହ ଅତିବେଶୀରେ ଦୁଇଜଣଙ୍କୁ ସାଙ୍ଗରେ ନେଇପାରିବେ
  • କେବଳ ଦୁଇଟି ଗାଡି ବ୍ୟବହାର କରିପାରିବେ।  
  • ଘର ଘର ବୁଲି ପ୍ରଚାର ପାଇଁ କେବଳ ୫ଜଣ ଯାଇପାରିବେ।
  • ସାଧାରଣ ସଭା ସମୟରେ ୧୦୦ଜଣରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ।

Also Read | Covid: କରୋନା ଚିକିତ୍ସା ପାଇଁ ଯୋଗ ଏବଂ ଆୟୁର୍ବେଦିକକୁ ସରକାରଙ୍କ ଅନୁମୋଦନକୁ ନେଇ IMA ଅସନ୍ତୋଷ

Share this: