Independence Day 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ କହିଲେ; ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ

Share this:

ନୂଆଦିଲ୍ଲୀ : PM Narendra Modi Lal Qila Speech On August 15. ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଲାଲ୍‌ କିଲ୍ଲା (Lal Qila) ରୁ ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଆଜି ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ପତାକା ଉତ୍ତୋଳନ ସହିତ ହର୍ଷୋଲ୍ଲାସ ମଧ୍ୟରେ ଦେଶର କୋଣ ଅନୁକୋଣରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀର ଲାଲ୍‍କିଲ୍ଲାଠାରେ ଆୟୋଜିତ ଜାତୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶକୁ ସ୍ୱାଧୀନ କରିବା ଲାଗି ମହାପୁରୁଷମାନଙ୍କ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ଆଜିର ଦିନକୁ ଏକ ଐତିହାସିକ ତଥା ସଙ୍କଳ୍ପର ଦିବସ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି, ଭାରତର ବିବିଧତା ହିଁ ଦେଶର ପ୍ରକୃତ ଅନ୍ତର୍ନିହିତ ଶକ୍ତି। ସେହିପରି ଭାତରକୁ ବିଶ୍ୱସ୍ତରରେ ଗଣତନ୍ତ୍ରର ଜନନୀ ଭାବେ ମଧ୍ୟ ମାନ୍ୟତା ମିଳିଛି। ଏହି ବିବିଧତା ଓ ଗଣତନ୍ତ୍ରର ଶକ୍ତି ହିଁ ଗତ ୭୫ ବର୍ଷ ମଧ୍ୟରେ ଅନେକ ଉତ୍‍ଥାନ ପତନ ସତ୍ତ୍ୱେ ଭାରତକୁ ସଫଳତା ପଥରେ ଆଗେଇ ନେଇଛି ବୋଲି ସେ କହିଛନ୍ତି। ଆଗାମୀ ୨୫ ବର୍ଷ ଭାରତର ସାମଗ୍ରିକ ବିକାଶ ପାଇଁ ଆନେକ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଯୁବପିଢ଼ିକୁ ସାଥିରେ ନେଇ ପ୍ରଗତୀ ପଥରେ ଆଗେଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିଲାଗି ୫ଟି ବଡ଼ ସଙ୍କଳ୍ପ ନେଇ କାର୍ଯ୍ୟ କରିବା ଲାଗି ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସଙ୍କଳ୍ପଗୁଡ଼ିକ ହେଲା ଏକ ବିକଶିତ ଭାରତ, ୨୦୪୭ ମସିହା ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ବିକଶିତ କରିବା, ପୂର୍ବପୁରୁଷଙ୍କ ଉପରେ ଗର୍ବ କରିବା, ଏକତାର ବଳ ଏବଂ ନାଗରିକଙ୍କ ଦାୟିତ୍ୱ। ଏଥିସହିତ ଆଗାମୀ ଦିନରେ ‘ଜୟ ଅନୁସନ୍ଧାନ’ର ମନ୍ତ୍ର ନେଇ ବଭାରତ ଗଠନ ଦିଗରେ ଆଗେଇ ଯିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି, ଗତ କରୋନା ମହାମାରୀ ସମୟରେ ଦେଶ ତଥା ସମଗ୍ର ବିଶ୍ୱ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବା ସମୟରେ ଭାରତ ସଙ୍କଟକୁ ସୁଯୋଗରେ ପରିଣତ କରିବା ଦିଗରେ ସଫଳ ହୋଇଛି। କରୋନାକୁ ପ୍ରତିହତ କରିବା ଲାଗି ସ୍ୱଦେଶୀ ଜ୍ଞାନକୌଶଳରେ ଟିକା ପ୍ରସ୍ତୁତ କରିବା ସହ ଦେଶବାସୀଙ୍କୁ ୨୦୦ କୋଟି ଡୋଜ୍‍ରୁ ଊର୍ଦ୍ଧ୍ୱ ଟିକା ପ୍ରଦାନ କରାଯାଇଛି। ଏଥିସହ ଭାରତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଆବଶ୍ୟକ ଔଷଧ, ଟିକା ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇବାରେ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଡିଜିଟାଲ୍‍ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍‍ର ସୁଫଳ ମଧ୍ୟ ଦେଶକୁ ମିଳିଛି। ବର୍ତ୍ତମାନ ଭାରତ ବିଶ୍ୱର ଏକ ମାନୁଫ୍ୟାକ୍‍ଚରିଂ ବା ବିନିର୍ମାଣର ହବ୍‍ ଭାବେ ପରିଣତ ହେବାକୁ ଯାଉଛି। ଏବେ ଅନ୍ୟ ଦେଶ ଉପରେ ନିର୍ଭର ନ କରି ଭାରତ ବିଭିନ୍ନ ସାମଗ୍ରୀ ନିଜେ ପ୍ରସ୍ତୁତ କରି ଆତ୍ମନିର୍ଭର ହେବାରେ ଲାଗିଛି। ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରୁଛି। ମହାକାଶଠାରୁ ଆରମ୍ଭ କରି ଡ୍ରୋନ ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ସହିତ ଆମେ ଦୁନିଆର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛୁ। ଲୋକେ ମେକ ଇନ ଇଣ୍ଡିଆ ପାଇଁ ଭାରତକୁ ଆସୁଛନ୍ତି। ସେ କହିଛନ୍ତି ଯେ କ୍ଷୁଦ୍ର କୃଷକ, କ୍ଷୁଦ୍ର ଶ୍ରମିକ ଏବଂ ବ୍ୟବସାୟୀଙ୍କ ସଶକ୍ତିକରଣ ହେଉଛି ଏକ ଦକ୍ଷ ଏବଂ ସକ୍ଷମ ଭାରତର ଗ୍ୟାରେଣ୍ଟି।

ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତକୁ ନୂତନ ଶକ୍ତି ଦେବ ଏବଂ ସବୁଜ ନିଯୁକ୍ତି ସୃଷ୍ଟି ସହିତ ଏକ୍ଷେତ୍ରରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଗଳି ବିକ୍ରେତା ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଜବୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ଶିଳ୍ପ ଅଭିବୃଦ୍ଧିରେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *