Covid-19 Odisha Updates: ରାଜ୍ୟରେ ଆଜି ୨୧ ଜିଲ୍ଲାରୁ ୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି୨୧ ଜିଲ୍ଲାରୁ ୯୮ ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନଗୁଳରୁ ୪ଜଣ, ବାଲେଶ୍ଵରରୁ ୪ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୬ଜଣ,ବଲାଙ୍ଗୀରିରୁ ୭ଜଣ, କଟକରୁ ୯ଜଣ, ଦେଓଗଡରୁ ୨ଜଣ, ଯାଜପୁରରୁ ୩ଜଣ, ଝାରସୁଗୁଡାରୁ ୩ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୫ଜଣ, କୋରାପୁଟରୁ ୩ଜଣ, ମୟୁରଭଞ୍ଜରୁ ୮ଜଣ,ନବରଙ୍ଗପୁରରୁ ୨ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୫ଜଣ, ରାୟଗଡାରୁ ୩ଜଣ, ସମ୍ବଲପୁରରୁ ୨ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡରୁ ୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୭ଲକ୍ଷ ୮୮ହଜାର ୮୪୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୮ହଜାର ୮୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୨ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୬ହଜାର ୬୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Emergency Number 112: ଆମ୍ବୁଲାନ୍ସ, ପୁଲିସ ଏବଂ ଦମକଳ ସେବାପାଇଁ ବର୍ତ୍ତମାନ ଗୋଟିଏ ନମ୍ବର

Share this: