କୋଭିଡ୍-୧୯ର ସଂକ୍ରମଣକୁ ପ୍ରତିହତ ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ

Share this:

ଆଜି ସୁଦ୍ଧା ବାହାର ରାଜ୍ୟ ଗୁଡ଼ିକରୁ ଓଡ଼ିଶାକୁ ପାଞ୍ଚ ଲକ୍ଷ ରୁ ଅଧିକ ଜଣ ଫେରିଛନ୍ତି।

କୋଭିଡ୍-୧୯ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏ ସଂପର୍କରେ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ, ଅଧର ପଣା ଓ ନୀଳାଦ୍ରି ବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ମହାପ୍ରଭୁ ରଥଯାତ୍ରାକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ବିଶ୍ୱ ଆମ ଉପରେ ନଜର ରଖୁଛି। ତେଣୁ କୋଭିଜ୍-୧୯ର ନିର୍ଦ୍ଦେଶାବଳୀ ଏବଂ ଲକ୍ ଡାଉନ୍‌ର ନିୟମାବଳୀକୁ ଠିକ୍ ଭାବେ ପାଳନ କରି ସମସ୍ତ ନୀତିକାନ୍ତି ସଂପନ୍ନ କରିବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କେବଳ କୋଭିଡ୍ ନେଗେଟିଭ ଥିବା ସେବାୟତମାନଙ୍କୁ ସମସ୍ତ ନୀତିକାନ୍ତିରେ ଅଂଶଗ୍ରହଣ ନିମନ୍ତେ ଅନୁମତି ଦେବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ଵ।ରାଣ୍ଟାଇନ୍ ଶେଷ କରିଥିବା ପ୍ରବାସୀମାନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୫୬ କୋଟି ୫୧ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯାଉଛି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ସହରରେ କୋଭିଜ୍-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।  

 କଟକ ସହରର ୫୯ଟି ୱାର୍ଡରେ ୱାର୍ଡ ଅଫିସରମାନଙ୍କୁ ନେଇ ୱାର୍ଡ କମିଟିମାନ ଗଠନ କରାଯାଇଛି।ପ୍ରତି କମିଟିରେ ଟ୍ୟାକ୍ସ କଲେକ୍ଟର, କନିଷ୍ଠ ଯନ୍ତ୍ରୀ, ସ୍ଵାସ୍ଥ୍ୟ କର୍ମୀ ଏବଂ ପ୍ରତି ସାହି ପୂଜା କମିଟିରୁ ୩/୪ ଜଣ ସଦସ୍ୟଙ୍କୁ ରଖାଯାଇଛି। ସେମାନେ କୋଭିଡ୍ ସୁରକ୍ଷା ପାଇଁ ଉତ୍ତମ ଅଭ୍ୟାସ ସଂପର୍କରେ ସଚେତନତା ସୃଷ୍ଟି କରିବେ ଏବଂ ସନ୍ଦିଗ୍ଧ ରୋଗୀ କିମ୍ବା ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ପ୍ରଶାସନକୁ ଅବଗତ କରିବେ।

ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ୫୭୦୩ ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି ୱାର୍ଡକୁ ବାହାରୁ ଆସୁଥିବା ଲୋକମାନଙ୍କ ନିମନ୍ତେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି ଏବଂଏ ବାବଦରେ କଟକ ମହାନଗର ନିଗମର କୋଭିଡ୍ କଣ୍ଟ୍ରାଲ୍ ରୁମ୍କୁ ଅବଗତ କରିବାକୁ କୁହାଯାଇଛି।

ସ୍ଵାସ୍ଥ୍ୟକର୍ମୀ/ ଆଶା / ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ହୋମ୍ ଦ୍ବାରାଣ୍ଟାଇନ୍ ହୋଇଥିବା ଲୋକମାନଙ୍କ ଘରକୁ ଯାଇ ସେମାନଙ୍କ ଘରର ସ୍ଥିତି ତଦାରଖ କରିବା ସହ କୋଭିଡ୍ କଣ୍ଡାଲ୍ ରୁମକୁ ରିପୋର୍ଟ ପ୍ରଦାନ କରୁଛନ୍ତି।

େଉଁଠାରେ ହୋମ୍ କ୍ଵ।ରାଣ୍ଟାଇନ୍ ରେ ସମସ୍ୟା ଉପୁଜୁଛି, ସେଠାରେ ବ୍ୟାପିଡ୍ ରେସ୍‌ପନ୍ସ ଦଳ ସେମାନଙ୍କୁ ଆନୁଷ୍ଠାନିକ/ଦେୟଯୁକ୍ତ କ୍ଵରାଣ୍ଟାଇନ୍‌ରେ ରଖୁବା ନିମନ୍ତେ ତୁରନ୍ତ ବ୍ୟବସ୍ଥା କରୁଛନ୍ତି।

ଲୋକମାନଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ବାରମ୍ବାର ସଚେତନ କରାଯାଉଛି।

ଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳକୁ ବାହାରୁ ଆସିଥିବା ୫୧୦୧ ଜଣଙ୍କ ମଧ୍ୟରୁ ୩୮୯୨ ଜଣ ହୋମ୍ କ୍ଵ।ରାଣ୍ଟାଇନ୍, ୯୪୯ ଜଣ ଆନୁଷ୍ଠାନିକ କ୍ଵ।ରାଣ୍ଟାଇନ୍ ଓ ୨୬୦ ଜଣ ଦେୟଯୁକ୍ତ କ୍ଵ।ରାଣ୍ଟାଇନ୍ ରେ ରହିଛନ୍ତି।

ଘରକୁ ଘର ବୁଲି ବାରମ୍ବାର ସର୍ଭେ କରାଯିବା ସହିତ ଇଫ୍ଏନ୍ମ ଭଳି ଲକ୍ଷଣ ଏବଂ ଗୁରୁତର ଶ୍ଵାସକଷ୍ଟ ଭଳି ଲକ୍ଷଣ ଦେଖା ଯାଉଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ୪୮୧ଟି ଇଫ୍ ଏନ୍ସା ଏବଂ ଶହେ ଟି କ୍ଲର ଲକ୍ଷଣ ଥିବା ଲୋକ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ୍ ପରୀକ୍ଷଣ ମଧ୍ୟ କରାଯାଇଛି।  

୨୬ ଜୁନ୍ ସୁଦ୍ଧା କଟକ ସହରରେ ୩୧୮୦ ଜଣ ଲୋକଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। କଟକର ଗ୍ରାମାଞ୍ଚଳରେ ୧୮୩୬ ଜଣ ଲୋକ ହୋମ୍ ଦ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।

୧୦ଟି ବ୍ୟାପିଡ୍ ରେସ୍‌ପନ୍ସ ଟିମ୍ ଗଠନ କରାଯାଇଛି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ପରିଚାଳିତ ମହିଳା ଆରୋଗ୍ୟ ସମିତି ଗଠନ କରାଯାଇଛି, ଯେଉଁମାନେ କଟକର ସହରାଞ୍ଚଳରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି ।

ସମ୍ବେଦନଶୀଳ ବର୍ଗର ଜନସାଧାରଣଙ୍କ ପ୍ରତି ସ୍ୱତନ୍ତ ଧ୍ୟାନ ଦିଆଯାଉଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ଦଶହଜାର ବରିଷ୍ଠ ନାଗରିକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି।

ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୭୨୨ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟ ଗୁଡ଼ିକରୁ ଓଡ଼ିଶାକୁ ୫,୭୯,୬୪୬ ଜଣ ଫେରିଛନ୍ତି

Share this: