Odisha: ରାଜ୍ୟ ସୀମା ବିବାଦ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Share this:

ଭୂବନେଶ୍ଵର:  ଓଡ଼ିଶା (Odisha) ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ (Andhra Pradesh), ପଶ୍ଚିମବଙ୍ଗ (West Bengal), ଛତିଶଗଡ (Chhattisgarh) ଓ ଝାଡ଼ଖଣ୍ଡ (Jharkhand) ସହ ଲାଗି ରହିଥିବା ଦୀର୍ଘଦିନର ସୀମା ବିବାଦର ସମାଧାନ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ଅନୁରୋଧ କରିଛନ୍ତି।

ସୀମାବିବାଦକୁ ନେଇ  ଏକ ଗୃହକମିଟି ଗଠନ କରାଯାଇ ସମସ୍ୟାର ଆପୋଷ ବୁଝାମଣା କରିବା ସକାଶେ କେନ୍ଦ୍ର ସରକାରଙ୍କ ସହାୟତା ନେବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ବୈଠକରେ ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ କହିଛନ୍ତି। ସୀମା ବିବାଦର ବିସ୍ତୃତ ତଥା ସ୍ଥାୟୀ ସମାଧାନ ପାଇଁ ବିଧାନସଭାର ବିଭିନ୍ନ ଦଳର ସଦସ୍ୟମାନଙ୍କୁ ନେଇ ଗୃହ କମିଟି ଗଠନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି କମିଟି ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ସୂଚନା ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡ଼ିଶା ପଡୋଶୀ ରାଜ୍ୟଗୁଡ଼ିକ ସହ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରାଯାଇ ପାରିବ। ସଂଘୀୟ ବ୍ୟବସ୍ଥା ତଥା ରାଜ୍ୟମାନଙ୍କ ମଧ୍ୟରେ ଭାଇଚାରା ଦୃଷ୍ଟିରୁ ଓଡ଼ିଶା ଏହିସବୁ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

ଏଥିସହ ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ୱାର୍ଥ ସହ ଯେପରି ସାଲିସ ନହୁଏ ତାହା ସୁନିଶ୍ଚିତ କରିବା ଓ ଆବଶ୍ୟକ ହେଲେ ଏହି ବିବାଦର ସମାଧାନ ପାଇଁ ଆଇନ୍‍ଗତ ପଦକ୍ଷେପ ନେବା ସକାଶେ ବିଚାର କରିବା ଉଚିତ୍‍ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

[amazon_auto_links id=”10086″]

Also Read | Odisha Covid-19: ଆଜି ରାଜ୍ୟରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ

Share this: