Odisha News: ପୁଲିସ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ

Share this:

ବାଲେଶ୍ୱର: ଆଜି ଗ୍ୟାଙ୍ଗଷ୍ଟର ହାଇଦରର (Gangster Hyder) ମୃତ୍ୟୁ ହୋଇଛି। ପୁଲିସ ଏନକାଉଣ୍ଟର (Police Encounter) ରେ ହାଇଦରର ମୃତ୍ୟୁ ହୋଇଛି। ଚୌଦ୍ୱାର (Choudwar) ଜେଲରୁ ବାରିପଦା (Baripada) ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା। ଏନକାଉଣ୍ଟର କରିଛି ପୁଲିସ। ଏଥିରେ ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା। ରାସ୍ତାରେ ଏପରି ଘଟଣା ଘଟିଥିଲା। ଏଥିରେ ସେ ଆହାତ ହୋଇଥିବା ଜଣାପଡ଼ିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୁରକ୍ଷା ଦୃଷ୍ଟିରୁ ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଆଜି ଅପରାହ୍ନରେ ହାଇଦର ପରିଶ୍ରା ଯିବା ପାଇଁ କଟକ ପୁଲିସ ଟିମ୍‌କୁ କହିଥିଲା। ସେଠାରୁ ସେ ସୁଯୋଗ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲା। ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା। ତାକୁ ଧରିବା ପାଇଁ ପୋଲସ୍‌ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା। ହାଇଦର ପେଟରେ ଗୁଳି ବାଜିଥିଲା ବୋଲି ଡିସିପି କହିଛନ୍ତି।

ଏଥିରେ ସେ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହାଇଦରକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ହାଇଦରର ମୃତ୍ୟୁ ହୋଇଛି।

[amazon_auto_links id=”9939″]

Also Read | Covid-19 Odisha Report: ଓଡ଼ିଶାରେ ପୁଣି କରୋନା ନେଲା ୬୮ ଜଣଙ୍କ ଜୀବନ, ଖୋର୍ଦ୍ଧାରୁ ୩୦

Share this:

Leave a Reply

Your email address will not be published. Required fields are marked *