କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧଙ୍କର ଅଧିକ ପ୍ରାସଙ୍ଗିକତା ରହିଛି: ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Sri Narendra Modi) କହିଛନ୍ତି ଯେ ଆଜି କରୋନା ମହାମାରୀ (Corona Pandemic) ର ସଂକଟପୂର୍ଣ୍ଣ ସମୟରେ ଭଗବାନ ବୁଦ୍ଧ (Lord Buddha) ଙ୍କର ବେଶ୍ ପ୍ରାସଙ୍ଗିକତା ରହିଛି। ଆମେ ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ସବୁଠୁ କଠିନ ଆହ୍ୱାନର ମଧ୍ୟ ସାମ୍ନା କରିପାରିବା ବୋଲି ଭାରତ ତାହା ଦେଖାଇ ଦେଇଛି। ବୁଦ୍ଧଙ୍କ ଶିକ୍ଷାକୁ ପାଥେୟ କରି ସମଗ୍ର ବିଶ୍ୱ ମିଳିମିଶି ଆଗକୁ ବଢୁଛି। ଆଷାଢ଼ ପୂର୍ଣ୍ଣିମା (Asadha Purnima) ଧମ୍ମ ଚକ୍ର ଦିବସ (Dharma Chakra Day) କାର୍ଯ୍ୟକ୍ରମ ଅବସରରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ‘ପ୍ରାର୍ଥନା ସହ ଯତ୍ନ’ ପଦକ୍ଷେପ ବେଶ୍ ପ୍ରଶଂସନୀୟ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ମନ ଓ ବାଣୀ ମଧ୍ୟରେ ସାମଞ୍ଜସ୍ୟ ଏବଂ ଆମର କର୍ମ ଓ ପ୍ରୟାସ ମଧ୍ୟରେ ସଂକଳ୍ପ ଆମକୁ ଦୁଃଖରୁ ଦୂର କରି ପ୍ରସନ୍ନତା ଅଭିମୁଖେ ନେଇଯିବାକୁ ମାର୍ଗଦର୍ଶନ କରିପାରିବ। ଏହା ଆମକୁ ଭଲ ସମୟରେ ଜନ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ ଓ ଆମକୁ ପ୍ରତିକୂଳ ସମୟର ସାମ୍ନା ପାଇଁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ବୁଦ୍ଧ ଆମକୁ ଏହି ସଦଭାବ ହାସଲ ପାଇଁ ଆଠଟି ମାର୍ଗ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ତ୍ୟାଗ ଓ ସହନଶୀଳତା ନିଆଁରେ ଜଳି ବୁଦ୍ଧ ଯେତେବେଳେ କହିଥାନ୍ତି, ତାଙ୍କ ମୁହଁରୁ କେବଳ ଶବ୍ଦ ବାହାରି ନ ଥାଏ, ବରଂ ସମଗ୍ର ଧମ୍ମଚକ୍ରର ପ୍ରାରମ୍ଭ ହୋଇଥାଏ ଏବଂ ତାଙ୍କଠାରୁ ପ୍ରବାହିତ ଜ୍ଞାନ ବିଶ୍ୱର କଲ୍ୟାଣ ସହ ସମାନାର୍ଥକ ହୋଇପଡ଼େ। ସେହି କାରଣରୁ ଆଜି ସାରା ବିଶ୍ୱରେ ତାଙ୍କର ଅନୁଗାମୀ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

‘ଧମ୍ମ ପଦ’ର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, ଶତ୍ରୁତା ଦ୍ୱାରା ଶତ୍ରୁତା ସମାପ୍ତ ହୋଇ ନ ଥାଏ। ବରଂ, ଶତ୍ରୁତାକୁ ପ୍ରେମ ଓ ବିଶାଳ ହୃଦୟ ଦ୍ୱାରା ଶାନ୍ତ କରାଯାଇ ପାରିବ। ସଂକଟ ସମୟରେ ପ୍ରେମ ଓ ସଦଭାବର ଏହି ଶକ୍ତିକୁ ଅନୁଭବ କରିଛି ବିଶ୍ୱ। ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନର ଅନ୍ତିମରେ କହିଛନ୍ତି, ବୁଦ୍ଧଙ୍କ ଏହି ଜ୍ଞାନ ଦ୍ୱାରା ମାନବତାର ଏହି ଅନୁଭବ ସମୃଦ୍ଧ ହେବାରେ ଲାଗିଛି ଏବଂ ଏହାଦ୍ୱାରା ବିଶ୍ୱ ସଫଳତା ଏବଂ ସମୃଦ୍ଧିର ନୂଆ ଉଚ୍ଚତାକୁ ଛୁଇଁବ। 

Also Read | Odisha Covid Updates:ଆଜି ଓଡ଼ିଶାରେ ୧୮୬୪ଜଣ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *