Odisha Covid Updates:ଆଜି ଓଡ଼ିଶାରେ ୧୮୬୪ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୮୬୪ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୦୮୨  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୮୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୯୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୬୯ଜଣ, ବାଲେଶ୍ଵରରୁ ୧୧୪ଜଣ, ବରଗଡ଼ରୁ ୨୪ଜଣ, ଭଦ୍ରକରୁ ୬୫ଜଣ, ବଲାଙ୍ଗୀରିରୁ ୫ଜଣ, ବୌଦ୍ଧରୁ ୩ଜଣ, କଟକରୁ ୨୨୧ଜଣ, ଦେଓଗଡ଼ରୁ ୬ଜଣ, ଢେଙ୍କାନାଳରୁ ୮୪ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୧୨ଜଣ, ଜଗତସିଂପୁରରୁ ୮୯ଜଣ, ଯାଜପୁରରୁ ୧୦୭ଜଣ, ଝାରସୁଗୁଡାରୁ ୮ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୧୬ଜଣ, କେନ୍ଦ୍ରାପଡ଼ାରୁ ୫୯ଜଣ, କେଉଁଝରରୁ ୪୪ଜଣ, କୋରାପୁଟରୁ ୭ଜଣ, ମାଲକାନଗିରିରୁ ୧୨ଜଣ, ମୟୁରଭଞ୍ଜରୁ ୫୭ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୬୬ଜଣ, ନୂଆପଡ଼ାରୁ ୯ଜଣ, ପୁରୀରୁ ୫୯ଜଣ, ରାୟଗଡାରୁ ୨୪ଜଣ, ସମ୍ବଲପୁରରୁ ୩୪ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡରୁ ୫୬  ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୫ ଲକ୍ଷ ୧୦ ହଜାର ୬୧୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୬୫ ହଜାର ୭୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ହଜାର ୪୪ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୪୧ ହଜାର ୨୦୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ହଜାର ୧୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Also Read | Maharashtra Landslides: ମହାରାଷ୍ଟ୍ରରେ ଭୂସ୍ଖଳନ ହେତୁ ୩୦ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢିପାରେ

Share this: