Mango On Wheels:ଅନୁଗୁଳରେ ଆରମ୍ଭ ହେଲା ‘ଗାଁ ଆମ୍ବ ପସରା’ ଘରେ ମିଳିବ ଆମ୍ବ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲା ପ୍ରଶାସନ ଆଜିଠାରୁ ଆରମ୍ଭ କରିଛି Mango on Wheel କାର୍ଯ୍ୟକ୍ରମ। ଏହା ଜିଲ୍ଲା ସାରା ବୁଲିବ। ଏହା ଆଜିଠାରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ  ଚାଲିବ। ପ୍ରଶାସନ ଘରେ ଘରେ ସୁଆଦିଆ ଆମ୍ୱ ସୁଲଭ ଦରରେ ପହଂଚାଇବ। କରୋନା ନିୟମକୁ ଦୃଷ୍ଟିରେ ରଖ୍ ଉତ୍ପାଦକ ଦଳ ଓ କୃଷକ ଉତ୍ପାଦକ ସଂଘ ଦ୍ଵାରା ଅମଳ ହେଉଥିବା ବିଭିନ୍ନ କିସମର ଆମ୍ବକୁ ‘ଗାଁ ଆମ୍ବ ପସରା ଗାଡି’ (Gaon Amba Pasara) ରେ ଖୁଚୁରା ବିକ୍ରୟ କରାଯିବ। ଲକ ଡାଉନ ଯୋଗୁଁ ଲୋକେ ଘରେ ଥିବାରୁ ତଥା କୋଭିଡ ସଂକ୍ରମଣ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ।

ସୂଚନା ଅନୁସାରେ ଲୋକଙ୍କ ଘର ପାଖକୁ ଯାଇ ଏହି ଗାଡି ଗୁଡିକ ପହଁଚିବ। ଲୋକେ ନିଜ ଘର ଦୁଆରେ ମନ ମୁତାବକ ସୁଆଦିଆ ଆମ୍ଭ କିଣିବାର ସୁଯୋଗ ପାଇବେ। ଯଦି ବେଶୀ ଆମ୍ଭ ଦରକାର ତେବେ ଆପଣ ଆଗୁଆ ଆଡ଼ଭାନ୍ସ କରି କଲ୍ କଲେ ଆମ୍ବ ଲୋକମାନଙ୍କ ପାଖରେ ପହଞ୍ଚାଯିବାର ଲକ୍ଷ୍ୟ ରହିଛି। ଆମ୍ବର ମୁଲ୍ୟ ବାଦ୍ ପ୍ରତି ଡେଲିଭରି ପାଇଁ ୧୦ ଟଙ୍କା ଦେବାକୁ ପଡିବ। ଏପରି ବ୍ୟବସ୍ଥା ହେତୁ ଉଭୟ ଆମ୍ଭ ଚାଷୀ ଏବଂ ବ୍ୟବସାୟୀ ବେଶ ଲାଭବାନ ହେବେ। ଏହି ଆମ୍ବ ୫ ତାରିଖରୁ ୧୫ ତାରିଖ ୧୧ ଦିନ ଧରି ବିକ୍ରୟ କରାଯିବ।

ଆଜି ଅନଗୁଳ ଜିଲ୍ଲାପ୍ରଶାସନର PD, DRDA,ADM (R) & Sub-Collector  ଏହି Mango on Wheel କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି।

Also Read | ଗୁଜୁରାଟରେ ଜୁନ୍ ୧୫ରୁ Love Jihad ଆଇନ ହେବ ଲାଗୁ, ଦୋଷୀଙ୍କୁ ମିଳିବ ସଜ୍ଜା

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *