National Press Day: ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ; ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା
ଭୁବନେଶ୍ଵର: ଆଜି ଜାତୀୟ ପ୍ରେସ୍ ଦିବସ (National Press Day)। ଏକ ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ କାର୍ଯ୍ୟ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଏ। ଭାରତୀୟ ଗଣମାଧ୍ୟମ ଦ୍ୱାରା ପ୍ରଦତ୍ତ ରିପୋର୍ଟର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ୧୯୬୬ ମସିହା ଆଜିର ଦିନରେ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ (Press Council Of India) କାର୍ଯ୍ୟ ଆରମ୍ଭ କରିଥିଲା। ନଭେମ୍ବର ୧୬ ଏକ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆକୁ ଏକ ବିଧିଗତ ଅର୍ଦ୍ଧ-ନ୍ୟାୟିକ (Quasi-Judicial) ପ୍ରତିଷ୍ଠାନକୁ ସ୍ୱୀକୃତି ଏବଂ ସମ୍ମାନିତ କରିବାକୁ ପାଳନ କରାଯାଏ।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (Ram Nath Kovind) ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତବର୍ଷ ଜାତୀୟ ପ୍ରେସ୍ ଦିବସର ବାର୍ତ୍ତା ରହିଛି କୋଭିଡ ନାଇଣ୍ଟିନ୍ (Covid-19) ସମୟରେ ଗଣମାଧ୍ୟମର ଭୂମିକା ଏବଂ ଗଣମାଧ୍ୟମ ଉପରେ ଏହାର ପ୍ରଭାବ। ରାଷ୍ଟ୍ରପତି କହିଛନ୍ତି ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଗଣମାଧ୍ୟମର ଭୂମିକା ଅତୁଳନୀୟ।
ଏହି ଅବସରରେ ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁ(M. Venkaiah Naidu) ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ନାଇଡୁ କହିଛନ୍ତି ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବା ତଥା ସଶକ୍ତ କରିବା କ୍ଷେତ୍ରରେ ଗଣମାଧ୍ୟମର ବଳିଷ୍ଠ ଭୂମିକା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏହି ଅବସରରେ କହିଛନ୍ତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମ ସର୍ବଦା ପ୍ରୟାସ କରିଆସିଛି।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର (Prakash Javadekar) ଟ୍ୱିଟ୍ କରି କହିଛନ୍ତି, ମୁକ୍ତ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ସ୍ୱତନ୍ତ୍ରତା ଓ ଅନ୍ୟତମ ସ୍ତମ୍ଭ।
'फ्री प्रेस' हमारे लोकतंत्र की विशेषता और आधारशिला है | #राष्ट्रीय_प्रेस_दिवस , प्रेस की स्वतंत्रता एवं जिम्मेदारियों की ओर हमारा ध्यान आकर्षित करता है। आज सबसे बड़ा संकट है #FakeNews ,पत्रकारों को इसके लिए काम करना चाहिए। सभी पत्रकारों को शुभकामनाएं।#NationalPressDay pic.twitter.com/oaGUqa3ZBC
— Prakash Javadekar (@PrakashJavdekar) November 16, 2020
ସେହିପରି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏକ ସତର୍କ ତଥା ମୁକ୍ତ ଗଣମାଧ୍ୟମ ହେଉଛି ଏକ ସଚେତନ ସମାଜ ଓ ଗଣତନ୍ତ୍ରର ପ୍ରତିକ। ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ଭ ସର୍ବଦା ମୁକ୍ତ, ଅବାଧ ଓ ସ୍ୱତନ୍ତ୍ର ରହି ସତ୍ୟ ସମ୍ବାଦ ପରିବେଷଣ କରୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
Warm greetings to journalists and media persons on #NationalPressDay. A vigilant and free press is the key to an informed society and vibrant democracy. Let us pledge to make the fourth pillar free, fair and independent to speak the truth. pic.twitter.com/jnvmZSpg7m
— Naveen Patnaik (@Naveen_Odisha) November 16, 2020
Also Read | LL: ଆର୍ଟିଓରେ ଆଜିଠୁ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ, ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଳବ ସୁଯୋଗ