Odisha Covid19: ଆଜି ରାଜ୍ୟରେ ଆଉ ୨୭୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୩ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୭୧୬ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୫୪ ହଜାର ୯୧୩କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୮୬ ଜଣ, କଟକରୁ ୧୧୯ଜଣ, ଅନୁଗୋଳରୁ ୨୦୧ଜଣ, ବରଗଡ଼ରୁ ୧୦୦ ଜଣ, ଯାଜପୁରରୁ ୯୪ ଜଣ, ମୟୁରଭଞ୍ଜରୁ ୧୫୬ଜଣ, ଭଦ୍ରକରୁ ୫୮ଜଣ, ବାଲେଶ୍ଵରରୁ ୪୮ ଜଣ, ଢେଙ୍କାନାଳରୁ ୬୬ଜଣ, ପୁରୀରୁ ୬୫ ଜଣ, ଜଗତସିଂପୁରରୁ  ୫୬ଜଣ, ରାୟଗଡାରୁ ୨୭ଜଣ, ଗଞ୍ଜାମରୁ ୩୪ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୯୮ଜଣ, ନୟାଗଡରୁ ୩୦ଜଣ, ସୋନପୁରରୁ ୪୫   ଜଣ, ବଲାଙ୍ଗୀରରୁ ୧୦୫ ଜଣ, ସୁନ୍ଦରଗଡରୁ ୨୦୬ ଜଣ, ଝାରସୁଗୁଡାରୁ ୭୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୮ଜଣ, କେନ୍ଦ୍ରାପଡା ୭୧ ଜଣ, କୋରାପୁଟରୁ ୨୯ ଜଣ, କେଉଁଝରରୁ ୩୯ ଜଣ, କନ୍ଧମାଳରୁ ୩୮ଜଣ, ନୂଆପଡ଼ାରୁ ୧୦୬ ଜଣ, କଳାହାଣ୍ଡିରୁ ୬୧ ଜଣ, ବୌଦ୍ଧରୁ ୫ ଜଣ, ମାଲକାନଗିରି ଜିଲ୍ଲାରୁ ୪୫ ଜଣ, ଦେଓଗଡରୁ ୧୬ ଜଣ, ରାୟଗଡାରୁ ୨୭  ଜଣ ଏବଂ ଷ୍ଟେଟ୍ ପୁଲରୁ ୮୬ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୧୮୧କୁ ବୃଦ୍ଧି ପାଇଛି। ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀରୁ ୩, ଖୋର୍ଦ୍ଧାରୁ ୨ ଏବଂ ବାଲେଶ୍ୱର, ଅନୁଗୁଳ, ନୂଆପଡ଼ା ଓ ବଲାଙ୍ଗର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ କୁହାଯାଇଛି।

Also Read | Covid-19: କରୋନାରୁ ମୁକ୍ତ ହେବାପରେ ମଧ୍ୟ ସଂକ୍ରମଣର ବିପଦ ଅଛି: ICMR

Share this: