Angul Covid19: ଆଜି ଅନୁଗୋଳ ଜିଲ୍ଲାରୁ ୧୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ (ମହିମାଲାଇଭ ବ୍ୟୁରୋ): ଅନୁଗୋଳ (Angul) ଜିଲ୍ଲାରୁ ମଙ୍ଗଳବାର ଦିନ ଆଉ ୧୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତମାନଙ୍କୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୭ହଜାର ୬୮୩ ରେ ପହଞ୍ଚିଛି।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨୨ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୦ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୯ ଜଣ, କଣିହାଁ ବ୍ଲକ ଅଞ୍ଚଳରୁ ୧୪ଜଣ, ଅନୁଗୁଳ ପୌରାଞ୍ଚଳରୁ ୧୨ ଜଣ, ପାଲଲହଡା ବ୍ଳକ ଅଞ୍ଚଳରୁ ୧୧ ଜଣ, ତାଳଚେର ପୌରାଞ୍ଚଳରୁ ୮ଜଣ, ଅନୁଗୋଳ ବ୍ଲକ୍ ଅଞ୍ଚଳରୁ ୬ଜଣ,ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ଜଣ ଓ କିଶୋରନଗର ବ୍ଳକ୍ ଅଞ୍ଚଳରୁ ଜଣେ ଅଛନ୍ତି।

ଆଜି ଜିଲ୍ଲାରୁ ୨୨୬ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ ହସପିଟାଲରୁ, ୨ ଜଣ କୋଭିଡ କେୟାର ସେଣ୍ଟରର ଏବଂ ୨୧୧ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read | Odisha:ଶୀତ ଋତୁରେ କରୋନା ଭୟଙ୍କର ହେବ, ଘରେ ରହି ପୂଜା କରନ୍ତୁ ଏବଂ ଭିଡ଼ ଜମାନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

Share this: