Odisha Covid19: ଆଜି ରାଜ୍ୟରେ ଆଉ ୨୬୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୬ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୮୪୨  ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୫୨ହଜାର ୧୯୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୩୧ ଜଣ, କଟକରୁ ୧୯୭ ଜଣ, ଅନୁଗୋଳରୁ ୨୧୬ ଜଣ, ବରଗଡ଼ରୁ ୯୧ଜଣ, ଯାଜପୁରରୁ ୯୩ଜଣ, ମୟୁରଭଞ୍ଜରୁ ୧୩୧ ଜଣ, ଭଦ୍ରକରୁ ୪୬ଜଣ, ବାଲେଶ୍ଵରରୁ ୯୯ଜଣ, ଢେଙ୍କାନାଳରୁ ୨୫ଜଣ, ପୁରୀରୁ ୬୫ଜଣ, ଜଗତସିଂପୁରରୁ  ୫୯ଜଣ, ରାୟଗଡାରୁ ୯ଜଣ, ଗଞ୍ଜାମରୁ ୩୫ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୮୫ ଜଣ, ନୟାଗଡରୁ ୩୯ ଜଣ, ସୋନପୁରରୁ ୬୦  ଜଣ, ବଲାଙ୍ଗୀରରୁ ୧୧୪ ଜଣ, ସୁନ୍ଦରଗଡରୁ ୧୨୫ ଜଣ, ଝାରସୁଗୁଡାରୁ ୮୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୨ଜଣ, କେନ୍ଦ୍ରାପଡା ୭୦ଜଣ, କୋରାପୁଟରୁ  ୫୫ଜଣ, କେଉଁଝରରୁ ୩୨ଜଣ, କନ୍ଧମାଳରୁ ୩୮ଜଣ, ନୂଆପଡ଼ାରୁ ୯୯ ଜଣ, କଳାହାଣ୍ଡିରୁ ୧୧୮ଜଣ, ବୌଦ୍ଧରୁ ୩୨ଜଣ, ମାଲକାନଗିରି ଜିଲ୍ଲାରୁ ୨୪ଜଣ, ଦେଓଗଡରୁ ୧୪ ଜଣ, ରାୟଗଡାରୁ ୯ ଜଣ ଏବଂ ଷ୍ଟେଟ୍ ପୁଲରୁ ୭୯ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୬ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୧୬୮କୁ ବୃଦ୍ଧି ପାଇଛି। ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ୩, ଭୁବନେଶ୍ୱର ଓ ନୂଆପଡ଼ାରୁ ୨ ଜଣ ଲେଖାଏଁ ଏବଂ ଝାରସୁଗୁଡ଼ା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Also Read | Odisha Covid19: ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୧୯୦୪ ଜଣ ଚିହ୍ନଟ

Share this: