Sanjay Dutt: କର୍କଟ ରୋଗକୁ ପରାସ୍ତ କଲେ ସଞ୍ଜୟ ଦତ୍ତ

Share this:

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ (Sanjay Dutt) କର୍କଟ ରୋଗ ସହ ଯୁଦ୍ଧରେ ଜିତି ଯାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ସେ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ଦିନରାତି ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ।

ସଞ୍ଜୟ ଦତ୍ତ ଲେଖିଛନ୍ତି, “ଗତ କିଛି ସପ୍ତାହ ମୋ ଏବଂ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ଯେପରି କୁହାଯାଏ, ଏକ କଠିନ ଯୁଦ୍ଧ ପାଇଁ ଭଗବାନ କେବଳ ଶକ୍ତିଶାଳୀ ସୈନିକ ହିଁ ବାଛନ୍ତି ଏବଂ ଆଜି, ମୋ ପିଲାମାନଙ୍କ ଜନ୍ମଦିନ ଅବସରରେ, ମୁଁ ଏହି ଯୁଦ୍ଧରେ ଜିତିବା ପରେ ଫେରି ଆସିଛି।“

ସେ ଆହୁରି ଲେଖିଛନ୍ତି ଯେ ଆପଣମାନଙ୍କ ଆଶୀର୍ବାଦ ବିନା ଏହା ମୋ ପାଇଁ ସମ୍ଭବ ହୋଇ ନଥାନ୍ତା। ଆପଣଙ୍କ ସମର୍ଥନ ଏବଂ ଆଶୀର୍ବାଦ ପାଇଁ ମୁଁ ତୁମ ସମସ୍ତଙ୍କ ପାଖେ କୃତଜ୍ଞ। ମୋ ସହିତ ଏହି ଯୁଦ୍ଧରେ ଠିଆ ହୋଇଥିବାରୁ ମୁଁ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଉଛି।

ସୂଚନାଯୋଗ୍ୟ, ସଞ୍ଜୟ ଦତ୍ତ ଫୁସଫୁସ ଜନିତ କର୍କଟ ରୋଗରେ ପୀଡିତ ଥିଲେ। ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଥିଲେ। ପୂର୍ବରୁ ସଞ୍ଜୟ ଦତ୍ତଙ୍କ ମାଆ ନର୍ଗିସ୍ ଏବଂ ପ୍ରଥମ ପତ୍ନୀ ରିଚା ଶର୍ମା ମଧ୍ୟ କର୍କଟ ରୋଗରେ ପୀଡ଼ିତ ଥିଲେ, ଯେଉଁଥିପାଇଁ ଉଭୟଙ୍କର ମୃତ୍ୟୁ ହୋଇଥିଲା।

Also Read | Cinema Hall SOP: ନୂତନ ନିୟମ ସହିତ ଦେଶର ସମସ୍ତ ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ଅକ୍ଟୋବର ୧୫ ରୁ ଖୋଲିବ, SOP ଜାରି

Share this:

Leave a Reply

Your email address will not be published. Required fields are marked *