Odisha Covid19: ଆଜି ରାଜ୍ୟରେ ନୂଆ ୨୨୭୫ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: ଆଜି ରାଜ୍ୟରେ ୨ ହଜାର ୨୭୫ ଜଣ କରୋନା (Covid-19) ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୩୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୯୫୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୬୪ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୧୩୬ ଜଣ, ଗଞ୍ଜାମରୁ ୩୬ ଜଣ, କଟକରୁ ୧୪୪ ଜଣ, କନ୍ଧମାଳ ଜିଲ୍ଲାରୁ ୫୦ଜଣ, କୋରାପୁଟରୁ ୩୯ ଜଣ, କେନ୍ଦ୍ରାପଡ଼ାରୁ ୬୮ ଜଣ, କେଉଁଝରରୁ ୩୭ ଜଣ ଓ କଳାହାଣ୍ଡିରୁ ୬୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୫୬ ଜଣ, ସୁନ୍ଦରଗଡ଼ରୁ ୧୫୦ ଜଣ ଓ ସୋନପୁର ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୮୨ ଜଣ, ଜଗତସିଂହପୁରରୁ ୫୫ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି।
ସେହିପରି ବରଗଡ଼ରୁ ୬୪ ଜଣ, ବାଲେଶ୍ଵରରୁ ୧୧୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭୭ ଜଣ, ବୌଦ୍ଧରୁ ୨୧ ଜଣ ଏବଂ ଭଦ୍ରକରୁ ୫୦ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୭୧ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୧ ଜଣ, ନବରଙ୍ଗପୁରରୁ ୩୯ ଜଣ ଓ ନୂଆପଡ଼ାରୁ ୬୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୨୭ ଜଣ, ଦେଓଗଡରୁ ୧୫ ଜଣ, ରାୟଗଡାରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୧୦ ଜଣ ଏବଂ ମାଲକାନଗିରିରୁ ୫୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୬୭ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୮ ଲକ୍ଷ ୩୬ ହଜାର ୮୨୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୫୬ ହଜାର ୯୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ହଜାର ୬୩୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Also Read |ଦୁଇଶହରୁ ଅଧିକ କରୋନା ମୃତ ବ୍ୟକ୍ତିଙ୍କୁ ବିଦାୟ ଦେଇଥିବା ଆରିଫ ଖାନଙ୍କର ମୃତ୍ୟୁ, ଉପରାଷ୍ଟ୍ରପତିଙ୍କ ଦୁଃଖପ୍ରକାଶ