Madhya Pradesh ଗୃହମନ୍ତ୍ରୀଙ୍କ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ,ଏତେ ଭଲ କ୍ଵାଲିଟି ନିଶା ଆଣୁଛ କେଉଁଠୁ?

Share this:

ଭୋପାଳ: ହରିୟଣାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ (Rahul Gandhi) ଙ୍କ୧୫ ମିନିଟର ବିବୃତ୍ତିକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ (Home Minister) ନରୋତ୍ତମ ମିଶ୍ର (Narottam Mishra) କଟାକ୍ଷ କରିଛନ୍ତି।

ସେ କହିଛନ୍ତି ଯେ, ୧୦ ଦିନରେ ଋଣ ଛାଡ କରାଯାଉଛି ଏବଂ ୧୫ ମିନିଟରେ ଚୀନକୁ ସାଫ, ମୁଁ ତାଙ୍କ ଗୁରୁଙ୍କୁ ପ୍ରଣାମ କରୁଛି ଯିଏ ତାଙ୍କୁ (ରାହୁଲ ଗାନ୍ଧୀ) ଏପରି ଶିକ୍ଷା ଦେଇଛନ୍ତି। ନରୋତ୍ତମ ମିଶ୍ର କହିଛନ୍ତି ଯେ ସେ ଏପରି ଉଚ୍ଚମାନର ନଶା ଆଣୁଛନ୍ତି କେଉଁଠୁ?।

ହାଥରସ ଘଟଣାକୁ ନେଇ ନରୋତ୍ତମ ମିଶ୍ର ମଧ୍ୟ କଂଗ୍ରେସ ଉପରେ ଆକ୍ରମଣ କରିଥିଲେ। ଦଙ୍ଗାକାରୀଙ୍କ ସହ କଂଗ୍ରେସର ହାତ ଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳିତଙ୍କ ପାଇଁ ନୁହେଁ, ‘ଦଳ ପାଇଁ’ ଚିନ୍ତିତ। ଦେଶ ଭାଙ୍ଗୁଥିବା ବାହିନୀ ସହିତ ରାହୁଲ ଗାନ୍ଧୀଙ୍କ ହାଥରସ ସଂଯୋଗ ଆଗରେ ଅଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। କଂଗ୍ରେସ ଦେଶରେ କିଛିବି କରିପାରିବ ବୋଲି ବିଜେପି ନେତା କହିଛନ୍ତି। ଦେଶକୁ ଜାତିରେ ବିଭକ୍ତ କରିବାକୁ ଚାହୁଁଛନ୍ତି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ ଏବଂ ହେଡଲାଇନ୍ ସହିତ ଅପଡେଟ୍ ରହିବାକୁ … Click Here

ସୂଚନାଯୋଗ୍ୟ ମଙ୍ଗଳବାର ଦିନ ଏକ ରାଲିକୁ ସମ୍ବୋଧିତ କରିବାବେଳେ ଚୀନ୍ ସୀମାରେ ଚାଲିଥିବା ଅବରୋଧ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଙ୍କ ଉପରେ କଡ଼ା ଟିପଣୀ କରିଥିଲେ। ରାହୁଲ କହିଥିଲେ ଯେ, ଯଦି ୟୁପିଏ କ୍ଷମତାରେ ଥାଆନ୍ତା ତେବେ ପଡୋଶୀ ଦେଶ ଆମ ଦେଶକୁ ଦେଖିବା ପାଇଁ ସାହସ କରି ନଥାନ୍ତେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମୋଦୀ ଦେଶକୁ ଦୁର୍ବଳ କରିଦେଇଥିବାରୁ ଚୀନ୍ ଆମ ଦେଶରେ ପ୍ରବେଶ କରିବାକୁ ଏବଂ ଆମର ସୈନିକମାନଙ୍କୁ ହତ୍ୟା କରିବାକୁ ସାହସ କରିଛି।

Related Post| ପ୍ରଧାନମନ୍ତ୍ରୀ ଜଣେ ‘ଭୟାଳୁ’, ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା ତେବେ ଚୀନକୁ ୧୫ ମିନିଟରେ ଫିଙ୍ଗି ଦେଇଥାନ୍ତା: ରାହୁଲ ଗାନ୍ଧୀ

ରାହୁଲ କହିଥିଲେ ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଶାସନ କାଳରେ ଚୀନ୍ ଆମ ଦେଶର ସୀମାରେ ପ୍ରବେଶ କରିବାକୁ ସାହସ କରେ ନାହିଁ। ସେ ଆହୁରି କହିଛନ୍ତି। ‘ଯଦି ୟୁପିଏ କ୍ଷମତାରେ ଥାଆନ୍ତା, ଆମେ ଚୀନ୍ କୁ ସେଠାରୁ ତଡ଼ି ଦେଇଥାନ୍ତେ, ଏହା୧୫ ମିନିଟ୍ ମଧ୍ୟ ନେଇ ନଥାନ୍ତା।’

Also Read |VIP Farmer:ରାହୁଲ ଗାନ୍ଧୀ ଜଣେ ‘ଭିଆଇପି କୃଷକ’ ଏକ ସୋଫା ସହିତ ଟ୍ରାକ୍ଟରରେ ବସୁଛନ୍ତି:କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

Share this: