Yaas:ବାତ୍ୟା ‘ୟାସ’ରେ ଭାରତୀୟ ତଟରକ୍ଷୀ ବାହିନୀ ବଞ୍ଚାଇଲା ବହୁ ଜୀବନ

Share this:

ବାଲେଶ୍ଵର: ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ୟାସ’ (Cyclone Yaas) ରେ ଓଡ଼ିଶା (Odisha) ଉପକୂଳ ବାଲେଶ୍ଵର (Baleswar) ଠାରୁ ଦକ୍ଷିଣରେ ୨୦ କିମି ଦୂରରେ ସ୍ଥଳ ଭାଗରେ ମାଡ଼ ହୋଇଥିଲା। ତେବେ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ପକ୍ଷରୁ ପୂର୍ବ ସାମୁଦ୍ରିକ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଅଞ୍ଚଳରେ ବ୍ୟାପକ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯିବା ଫଳରେ ବହୁ ଧନଜୀବନର ସୁରକ୍ଷା ହୋଇପାରିଛି।

ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ରରେ ଥିବା ଥିବା ୨୬୫ଟି ମାଛଧରା ଡଙ୍ଗାକୁ କୂଳକୁ ଅଣାଯାଇଥିଲା। ଆହୁରି, ପରାମର୍ଶ ମୁତାବକ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ନଙ୍ଗର ପକାଇଥିବା ଜାହାଜଗୁଡ଼ିକୁ ନିରାପଦ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା ଏବଂ ସିଙ୍ଗଲ ପଏଣ୍ଟ ମୁରିଂ (SPM) କାର୍ଯ୍ୟକୁ ବାତିଲ କରାଯାଇଥିଲା। କୌଣସି ବାଣିଜ୍ୟିକ ଜାହାଜର କ୍ଷତି କିମ୍ବା ନିଖୋଜ ହୋଇଯାଇଥିବା ସମ୍ପର୍କରେ ସୂଚନା ମିଳିନାହିଁ।

ସାମୁଦ୍ରିକ ଝଡ଼ ପରବର୍ତ୍ତୀ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପୂର୍ବ ସାମୁଦ୍ରିକ ଉପକରେ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଉପକୂଳ, ସାମୁଦ୍ରିକ ଓ ବିମାନ ୟୁନିଟ ଉଚ୍ଚସ୍ତରୀୟ ପ୍ରସ୍ତୁତି ସହିତ ସଜାଗ ରହିଛି। ତଟରକ୍ଷୀ ବାହିନୀର ତିନୋଟି ଜାହାଜକୁ ସମ୍ଭାବ୍ୟ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ସମୁଦ୍ରରେ ରଣନୈତିକ ଦୃଷ୍ଟିରୁ ମୁତୟନ କରାଯାଇଥିଲା, ସେଗୁଡ଼ିକ ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ରହିଛନ୍ତି ଏବଂ ଉପକୂଳର ପରିସ୍ଥିତିର ଆକଳନ କରିବା ସହିତ ସେହି ଅଞ୍ଚଳରେ ବିଶୋଧନ କାର୍ଯ୍ୟ କରୁଛନ୍ତି।

ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ଦୀଘା ଓ କନ୍ତେଇ ଠାରେ ସହାୟତା ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି। ପଶ୍ଚିମବଙ୍ଗର ନୟାଚାରାରେ ଫସି ରହିଥିବା ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ତଟରକ୍ଷୀ ବାହିନୀର ଏୟାର କୁଶନ ବାହନ ଉଦ୍ଧାର କରିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କନ୍ତେଇ ଠାରେ ଉଦ୍ଧାର ପ୍ରକ୍ରିୟାରେ ତଟରକ୍ଷୀ ବାହିନୀର ବିପର୍ଯ୍ୟୟ ମୁକାବିଲା ଦଳ ସହାୟତା ଯୋଗାଇ ଦେଉଛନ୍ତି। ତଟରକ୍ଷୀ ବାହିନୀର ଅନ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ରାଜ୍ୟ ସରକାରଙ୍କ ଦ୍ବାରା କୌଣସି ଆବଶ୍ୟକତା ପଡ଼ିଲେ ସହାୟତା ଯୋଗାଇ ଦେବା ଲାଗି ଉଦ୍ଧାରକାରୀ ଡଙ୍ଗା, ଜୀବନରକ୍ଷାକାରୀ ସରଞ୍ଜାମ ଓ ଜୀବନରକ୍ଷାକାରୀ ଜ୍ୟାକେଟ୍ ସହିତ ପ୍ରସ୍ତୁତ ରହିଛନ୍ତି। ତୁରନ୍ତ ପରିବହନ ପାଇଁ ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି।

ସମୁଦ୍ରରେ ଡଙ୍ଗା, ପୋତ, ସ୍ଥାୟୀ ମଞ୍ଚ ଓ ଅନ୍ୟ ସମ୍ପତ୍ତିର ସୁରକ୍ଷା ପାଇଁ ରାଜ୍ୟ ପ୍ରଶାସନ, ସ୍ଥାନୀୟ କର୍ତ୍ତୃପକ୍ଷ, ବନ୍ଦର, ତୈଳ ରିଗ ପରିଚାଳକ, ଜାହାଜ ଚଳାଚଳ, ମତ୍ସ୍ୟପାଳନ କର୍ତ୍ତୃପକ୍ଷ, ମତ୍ସ୍ୟଜୀବୀ ସଂଘ ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ନିବିଡ଼ ସମନ୍ବୟ ଓ ସମ୍ପର୍କ ସ୍ଥାପନ କରାଯାଇଛି।

Also Read | ସୀମା ମଧ୍ୟରେ ରହିବାକୁ WhatsApp କୁ କେନ୍ଦ୍ରସରକାରଙ୍କ ଚେତାବନୀ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *