ଢେଙ୍କାନାଳ ଜିଲ୍ଲାରେ ପୁଣି ବଢିଲା Covid ସଂକ୍ରମଣ, ଆଜି ୯୫ ଜଣ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ପୁଣି ବଢିଛି କରୋନା ସଂକ୍ରମିତ (Covid-19)।  ଜିଲ୍ଲାରୁ ଆଜି ନୂଆ ୯୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୮୧ ଏବଂ ହସ୍ପିଟାଲରୁ ୧୪ଜଣ ଚିହ୍ନଟ ଅଛନ୍ତି। ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ପର୍ଜଙ୍ଗ ବ୍ଲକରୁ ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ମଦାରୁ ୧୯ଜଣ ଏବଂ ଚାନ୍ଦପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକ (Sadar Block) ରୁ ୧୬ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ରାଜୁଆପାଟଣାରୁ ୩ଜଣ ଥିବାବେଳେ କୋଇଲିପଙ୍ଗି, ଧସନ୍ଧାକାଟେଣି, ବାଉତିବେରେଣା, କମଳିଙ୍ଗା, କେଶରିଆ, ନଧନପୁର, ସୁନ୍ଦରପଦା, ମହୁଲପଡ଼ା, ରାଜୁପାଟଣା, ନାଡିଆଳି, ବଳଦିଆବନ୍ଧ, ମାନିପୁର ଏବଂ ଓଡପଡାରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୧୬ଜଣ ଚିହ୍ନଟଙ୍କ ମଧ୍ୟରୁ ରଞ୍ଜାଗୋଳରୁ ୪ଜଣ, ବାହାଲୁଣ୍ଡା ଏବଂ ତର୍କାବେଡ଼ାରୁ ୨ଜଣ ଲେଖାଏଁ ଅଛନ୍ତି। ସେହିପରି ନନ୍ଦପୁର, ଟୁଟୁପଡା, କୁମୁରିସିଂହା, ମଦୁଆ କାରନ୍ଦା, ବେଡ଼ାପଡା, କାରନ୍ଦା, ରାସୋଳ ଏବଂ ଠୋକରରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୨ଜଣ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରଥଗଡାରୁ ୨ଜଣ ଥିବାବେଳେ ସନ ହସ୍ପିଟଲ, ମହାବୀରବଜାର, ଟାଉନ ପ୍ଲାନିଂ, ହାଟରୋଡ଼, କଣ୍ଟାନାଳି ବାଇପାସ, ରଥଗଡା, କାଞ୍ଚନବଜାର, କଇଁଥପୋଲିଆ, ଜୁବୁଲି ଟାଉନ, କାଲଟାକ୍ସ, ଗୁଡ଼ିଆନାଳି ଏବଂ କୋରିଆଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକରୁ ୧୨ଜଣଙ୍କ ମଧ୍ୟରୁ ଆମ୍ବବାହାଳି ଏବଂ ଚନ୍ଦ୍ରଶେଖରପୁରରୁ ୨ଜଣ ଲେଖାଏଁ ଥିବାବେଳେ ହରଡାବେଣା, ନାଗେନା, ପୋରୁହାଖୋଜ, ଦେଓଗାଁ ଏବଂ ଗୋପାଳପୁରରୁ ଜଣେ ଲେଖାଏଁ ଅଛନ୍ତି।    

ଓଡାପଡା ବ୍ଲକ (Oapada Block) ରୁ ୯ଜଣ ଚିହ୍ନଟ ହୋଇଛନ୍ତି। ପୋଡାପଡ଼ାରୁ ୨ଜଣ ଥିବାବେଳେ ଗୁଡିଆକାଟେଣି, ସିମିନଇ, ଇନ୍ଦିପୁର, ଗୋବିନ୍ଦପ୍ରସାଦ, ବୃନ୍ଦାବନପୁର, ନିମିଧା ଏବଂ ବଳରାମପୁରରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳର ସୋଗରରୁ ଜଣେ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୨୧୬ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୯ ହଜାର ୭୩୬ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୪୬୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୪ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୬୨୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୭୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୬୫ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Odisha Lockdown:ଓଡ଼ିଶାରେ ୧୬ ଜୁଲାଇ ପର୍ଯ୍ୟନ୍ତ ବଢିଲା ଆଂଶିକ କଟକଣା; କଣ ଖୋଲା,କଣ ବନ୍ଦ

Share this: