Covid Updates: ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ, କେରଳରୁ ସର୍ବାଧିକ

Share this:

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ବଢିଲା। କିଛି ଦିନ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମ ରହୁଥିଲା। ହେଲେ ଆଜି ପୁଣି ବଢିଛି। ଗତ ୨୪ ଘଣ୍ଟାରେ ୨ ହଜାର ୬୨୮ରେ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି ଯାହାକି ସରକାରଙ୍କ ଚିନ୍ତା ବଢିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୪ ଘଣ୍ଟାରେ ୨ ହଜାର ୧୬୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ କେରଳରେ ୭୪୭ଜଣ, ଦିଲ୍ଲୀରେ ୪୨୪ଜଣ, ମହାରାଷ୍ଟ୍ରରେ ୪୭୦ଜଣ, ହରିୟାଣାରେ ୨୪୫ ଜଣ, କର୍ଣ୍ଣାଟକରେ ୨୦୮ ଜଣ, ଉତ୍ତରପ୍ରଦେଶରେ ୧୧୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  

ଏଥିସହିତ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୫୨୫ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୩୧ ଲକ୍ଷ ୪୪ ହଜାର ୮୨୦ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୪ ହଜାର ୮୮୧ଜଣ ସୁସ୍ଥ ହୋଇ ହୋଇଛନ୍ତି। ଜନଗହଳି ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭିଡ଼ରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Read Also | Corona Cases: ଓଡିଶାରୁ ଆଜି ୧୧ କୋଭିଡ ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *