Covid Cases in Odisha: ରାଜ୍ୟରେ ଆଜି ଶହେରୁ ଅଧିକ ବଢିଲା କରୋନା, ୨୬୦ ଜଣ ଚିହ୍ନଟ

Share this:

ଭୁବନେଶ୍ଵର: Covid-19 Cases in Odisha State Dashboard in last 24 hours district wise ଗତକାଲି ଓଡ଼ିଶାରୁ ୧୫୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୬୦ଜଣ ଚିହ୍ନଟ ହୋଇଛନ୍ତି। ଯାହାକି କାଲି ତୁଳନାରେ ଆଜି କରୋନା ସଂକ୍ରମଣ ବଢିଛି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୨୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୦୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୯ଜଣ, ବରଗଡ଼ରୁ ୪ଜଣ, ବଲାଙ୍ଗୀରରୁ ୯ଜଣ, କଟକରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୪ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୫ଜଣ, ଯାଜପୁରରୁ ୫ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୧୯ଜଣ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡାରୁ ୫ଜଣ, ଖୋର୍ଦ୍ଧାରୁ ୪୫ଜଣ, ମୟୂରଭଞ୍ଜରୁ ୬ଜଣ, ନବରଙ୍ଗପୁରରୁ ୫ଜଣ, ନୟାଗଡରୁ ୧୨ଜଣ, ନୂଆପଡ଼ାରୁ ୨୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୭ଜଣ, ରାୟଗଡାରୁ ୪ଜଣ, ସମ୍ବଲପୁରରୁ ୧୯ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡରୁ ୪୧ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୩ ଲକ୍ଷ ୬୮ହଜାର ୨୪୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୦ହଜାର ୮୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୫୩ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୧୯ ହଜାର ୯୪୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୭୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

mahimalive news

Read Also | E-auction Coal Mines: ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

Share this:

Leave a Reply

Your email address will not be published. Required fields are marked *