Corona:ଓଡ଼ିଶାରୁ ଆଜି ପୁଣି ୧୧ ହଜାର ୪୯୮ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ପୁଣି  ୧୧ହଜାର ୪୯୮ଜଣ କରୋନା ସଂକ୍ରମିତ(Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୪୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୦୫୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୪୯୭ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୬୭ଜଣ, ବାଲେଶ୍ଵରରୁ ୫୨୪ଜଣ, ବରଗଡ଼ରୁ ୩୯୫ଜଣ, ଭଦ୍ରକରୁ ୧୩୪ଜଣ, ବଲାଙ୍ଗୀରିରୁ ୨୯୪ଜଣ, ବୌଦ୍ଧରୁ ୩୧୩ଜଣ, କଟକରୁ ୧୧୦୭ଜଣ, ଦେଓଗଡ଼ରୁ ୧୧୪ଜଣ, ଢେଙ୍କାନାଳରୁ ୨୫୧ଜଣ, ଗଜପତିରୁ ୮୬ଜଣ, ଗଞ୍ଜାମରୁ ୨୨୮ଜଣ, ଜଗତସିଂପୁରରୁ ୩୨୫ଜଣ, ଯାଜପୁରରୁ ୩୭୮ଜଣ, ଝାରସୁଗୁଡାରୁ ୨୪୭ଜଣ, କଳାହାଣ୍ଡିରୁ ୨୦୫ଜଣ, କନ୍ଧମାଳରୁ ୧୦୧ଜଣ, କେଉଁଝରରୁ ୧୯୩ଜଣ,କୋରାପୁଟରୁ ୨୬୬ଜଣ, କେନ୍ଦ୍ରାପଡ଼ାରୁ ୨୦୪ଜଣ, ମୟୁରଭଞ୍ଜରୁ ୫୩୮ଜଣ, ମାଲକାନଗିରିରୁ ୧୧୦ଜଣ, ନବରଙ୍ଗପୁରରୁ ୩୪୬ଜଣ, ନୟାଗଡ଼ରୁ ୩୮୨ଜଣ, ନୂଆପଡ଼ାରୁ ୧୫୨ଜଣ, ପୁରୀରୁ ୪୨୪ଜଣ, ରାୟଗଡାରୁ ୨୩୩ଜଣ, ସମ୍ବଲପୁରରୁ ୩୯୩ଜଣ, ସୋନପୁରରୁ ୨୨୭ଜଣ, ସୁନ୍ଦରଗଡରୁ ୭୦୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୬୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୧ଲକ୍ଷ ୧୮ ହଜାର ୯୮୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୫୫ ହଜାର ୮୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ହଜାର ୩୬ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୪୬ ହଜାର ୬୩୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୬ ହଜାର ୮୧୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଓଡ଼ିଶାରେ Corona ର ଦ୍ୱିତୀୟ ଲହର ବିଚିତ୍ର ରୂପ ଧାରଣ:ଧର୍ମେନ୍ଦ୍ର ପ୍ରଧାନ

[amazon_auto_links id=”9932″]
Share this: