Angul:ଅନୁଗୁଳ ଜିଲ୍ଲାରେ ବଢିଚାଲିଛି କରୋନା,ପୁଣି ଆଜି ୭୩୨ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ:ଅନୁଗୁଳ (Angul) ଜିଲ୍ଲାରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କରୋନା ଭୂତାଣୁ (Corona Virus)। ଆଜି ଜିଲ୍ଲାରେ ୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୯୭ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତକ ସଂଖ୍ୟା ୭୮୮ ରେ ପହଂଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ  ମଧ୍ୟରେ ସର୍ବାଧିକ  ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୧୯୪ଜଣ (୧୨୧ଜଣ ପୁରୁଷ ଓ ୭୩ଜଣ ମହିଳା) ଚିହ୍ନଟ ହୋଇଛନ୍ତି। ସେହିପରି ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୧୫ଜଣ (୭୮ଜଣ ପୁରୁଷ ଓ ୩୭ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୮୮ଜଣ (୫୭ଜଣ ପୁରୁଷ ଓ୩୧ ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୮୦ଜଣ (୫୫ ଜଣ ପୁରୁଷ ଓ ୨୫ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୫୯ଜଣ (୩୩ଜଣ ପୁରୁଷ ଓ ୨୬ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୪୭ଜଣ (୩୭ଜଣ ପୁରୁଷ ଓ ୧୦ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪୩ଜଣ (୨୬ଜଣ ପୁରୁଷ ଓ ୧ ୭ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୩ ୮ଜଣ (୨୩ଜଣ ପୁରୁଷ ଓ ୧୫ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୩୫ଜଣ (୧୯ଜଣ ପୁରୁଷ ଓ ୧୬ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୧୭ଜଣ (୧୩ଜଣ ପୁରୁଷ ଓ ୪ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୬ଜଣ (୭ଜଣ ପୁରୁଷ ଓ ୯ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୯୯ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୪୯୧ଜଣ ସୁସ୍ଥ ହୋଇଛନ୍ତି।

Also Read | Cyclone Yaas: ଓଡ଼ିଶାକୁ ଆସୁଛି ବାତ୍ୟା ‘ୟାସ୍’, ଅମ୍ପାନ ଠାରୁ ଭୟଙ୍କର

[amazon_auto_links id=”9939″]
Share this: