Corona Cases: ଓଡିଶାରୁ ଆଜି ୧୧ କୋଭିଡ ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର: Corona Cases Latest Updates Odisha ଗତକାଲି ଓଡିଶାରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଗୁରୁବାର ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ସଂକ୍ରମଣ ବଢିଛି। ରାଜ୍ୟରୁ ଆଜି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ କେହି ଚିହ୍ନଟ ହୋଇ ନାହାନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ଜଣେ, ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୧୬ ଲକ୍ଷ ୮୦ ହଜାର ୮୬୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୮ ହଜାର ୪୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୬ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୯ ହଜାର ୧୪୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।