Andhra Pradesh:ଆନ୍ଧ୍ରପ୍ରଦେଶରେ ଚୂନପଥର ଖଣି ଦୁର୍ଘଟଣାରେ ୧୦ ଶ୍ରମିକଙ୍କ ମୃତ୍ୟୁ

Share this:

କଡ଼ପା: ଆଜି ଶନିବାର ଆନ୍ଧ୍ରପ୍ରଦେଶ (Andhra Pradesh) ର କଡ଼ପା (Kadapa district) ସ୍ଥିତ ଏକ ଚୂନ ପଥର ଖଣି (Lime Stone Mines) ରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଆବର୍ଜନା ତଳେ ଫସି ରହିଛନ୍ତି। ଆଜି ସକାଳେ କଲାସାପଡୁ ବ୍ଲକର ମାମିଲାପାଲ୍ଲି  (Mamillapalli) ଗ୍ରାମରେ ଏହି ଘଟଣା ଘଟିଛି। ସମସ୍ତ ପୀଡିତମାନେ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବୋଲି ଜଣାପଡିଛି। କୁହାଯାଉଛି ଯେ ଆଉ କିଛି ଶ୍ରମିକ ଅଳିଆ ଗଦାରେ ଫସି ରହିଛନ୍ତି।

ମୁଖ୍ୟମନ୍ତ୍ରୀ ୱା ଏସ ଜଗନ୍ ମୋହନ ରେଡ୍ଡୀ (Chief Minister Y S Jagan Mohan Reddy) କଡାପା ଜିଲ୍ଲା ଅଧିକାରୀଙ୍କ ସହ କଥା ହୋଇ ବିସ୍ଫୋରଣ ସମ୍ପର୍କରେ ପଚାରି ବୁଝିଛନ୍ତି  ଏବଂ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକଙ୍କ ମୃତ୍ୟୁକୁ ନେଇ ସେ ଦୁଃଖପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Also Read | Covid19:ଶୋଭାଯାତ୍ରାରେ ବର ଯିବାବେଳେ କରୋନା ପଜିଟିଭ୍ ଚିହ୍ନଟ, ପୋଲିସ କଲା ମାମଲା ରୁଜୁ

Share this:

Leave a Reply

Your email address will not be published. Required fields are marked *