Corona Virus India:୨୪ ଘଣ୍ଟାରେ ଦେଶରେ କରୋନାରେ ୩୭୮୬ ଜଣଙ୍କ ମୃତ୍ୟୁ, ୩.୮୨ ଲକ୍ଷରୁ ଅଧିକ ନୂଆ ଚିହ୍ନଟ

Share this:

ନୂଆଦିଲ୍ଲୀ: ଭାରତରେ (India), କରୋନା ଭାଇରସ (Corona Virus) ର ଗତି ଉପରେ ଏପର୍ଯ୍ୟନ୍ତ କୌଣସି ବ୍ରେକ୍ ନାହିଁ।  ଯଦିଓ ଗତ ଦୁଇ-ତିନି ଦିନ ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଛି, ତଥାପି ଏହା ଦେଶ ପାଇଁ ବିପର୍ଯ୍ୟୟ। ଦେଶରେ କରୋନା ଭୁତାଣୁ ଜନିତ ମୃତ୍ୟୁ ଘଟଣାରେ ପୁଣି ଥରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଭାରତରେ ମଙ୍ଗଳବାର ଦିନ କେବଳ ଗୋଟିଏ ଦିନରେ ୩ ଲକ୍ଷ ୮୨ ହଜାର ୬୯୧ ପଜିଟିଭ ମାମଲା ରୁଜୁ ହୋଇଥିଲା, ଯାହା ସୋମବାର ତୁଳନାରେ ପ୍ରାୟ ୨୮ ହଜାର ମାମଲା ଅଧିକ ରହିଛି। ଭାରତରେ କୋଭିଡ଼-୧୯ (COVID-19) ମାମଲା ଦୁଇ କୋଟି ମାର୍କ ଅତିକ୍ରମ କରିଛି ଏବଂ ମାତ୍ର ୧୫ ଦିନ ମଧ୍ୟରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।

amazon-adv

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ୩ ହଜାର ୭୮୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ସୋମବାର ଦିନ ୩ ଲକ୍ଷ ୫୫ ହଜାର ୮୨୮ ନୂତନ ମାମଲା ରିପୋର୍ଟ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ ୩ ହଜାର ୪୩୮ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର ଦିନ ମଧ୍ୟ ମୃତ୍ୟୁ ସଂଖ୍ୟା କେବଳ ୩ ହଜାର ୪୦୦ ପାଖାପାଖି ଥିଲା।

ସେହିପରି କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟାକୁ ୨ କୋଟି ୬୬ ଲକ୍ଷ ୫ ହଜାର ୫୨୪କୁ ବୃଦ୍ଧି କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୯୪ ରେ ପହଞ୍ଚିଛି।

[amazon_auto_links id=”10233″]

Also Read | Corona କାଳରେ ସ୍କୁଲଗୁଡ଼ିକ ସମ୍ପୂର୍ଣ୍ଣ ଫି ନେଇ ପାରିବେ ନାହିଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Share this: