Angul News: ଗ୍ୟାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା,୪ ଜଣଙ୍କ ମୃତ୍ୟୁ ୩ ଆହତ

Share this:

ଅନଗୁଳ: ଆଜି ସକାଳେ ଅନୁଗୁଳ (Angul) ଜିଲ୍ଲା ୫୫ନ ନମ୍ବର ଜାତୀୟ ରାଜପଥ (NH-55) ଜରପଡ଼ା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଏକ ଆମ୍ବୁଲାନ୍‌ସ୍‌ (Ambulance) ଓ ଗ୍ୟାସ୍‌ ଟ୍ୟାଙ୍କର୍‌ (Gas Tanker) ସାମ୍ନାସାମ୍ନି ଧକ୍କା ହେବା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି ଓ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆମ୍ବୁଲାନ୍ସଟି ବୁର୍ଲାରୁ କଟକ ଅଭିମୁଖେ ଯାଉଥିବା ବେଳେ ଟ୍ୟାଂକରଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଜରପଡ଼ା ବସ୍‌ଷ୍ଟାଣ୍ଡ୍‌ ନିକଟବର୍ତ୍ତୀ ରାସ୍ତାର ବିପରୀତ ଦିଗରୁ ଆସୁଥିବା ଗ୍ୟାସ୍‌ ଟ୍ୟାଙ୍କର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଆମ୍ବୁଲାନ୍‌ସ୍‌ର ଚାଳକଙ୍କ ସମେତ ଭିତରେ ଥିବା ୪ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩  ଆହତ ହୋଇଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ମୃତାହତମାନଙ୍କର ପରିଚୟ ମିଳିନାହିଁ।

[amazon_auto_links id=”10233″]

Also Read | Corona Vaccination in India: ଦେଶରେ ମୋଟ ଟିକାକରଣ ୪ କୋଟିରୁ ଉର୍ଦ୍ଧ୍ଵ, ବିଶ୍ଵରେ ଭାରତ ୨ୟ

Share this:

Leave a Reply

Your email address will not be published. Required fields are marked *