CBI ର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ କୁମାର ଜୟସ୍ୱାଲ

Share this:

ନୂଆଦିଲ୍ଲୀ:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ମଙ୍ଗଳବାର ବିଳମ୍ବିତ ରାତିରେ ଏହାର ନୂଆ ମୁଖ୍ୟଙ୍କୁ ପାଇଛି। ଆଇପିଏସ୍ (IPS) ଅଧିକାରୀ ସୁବୋଧ କୁମାର ଜୟସ୍ୱାଲ (Subodh Kumar Jaiswal) ସିବିଆଇର ନୂତନ ନିର୍ଦ୍ଦେଶକ କରାଯାଇଛି। ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ରହିବ। ମଙ୍ଗଳବାର ଜୟସ୍ୱାଲଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଜୟସ୍ୱାଲ ୧୯୮୫ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (IPS) ଅଧିକାରୀ ଏବଂ ଏହା ପୂର୍ବରୁ ସେ ମହାରାଷ୍ଟ୍ରର ପୋଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ସିବିଆଇରେ ନିର୍ଦ୍ଦେଶକ ହେବା ପୂର୍ବରୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (CISF) ର ମହାନିର୍ଦ୍ଦେଶକ ଥିଲେ।

କ୍ୟାବିନେଟର ନିଯୁକ୍ତି କମିଟି (ACC) ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଜୟସ୍ୱାଲ ସିବିଆଇର ମୁଖ୍ୟ ଦାୟିତ୍ଵ ଗ୍ରହଣ କରିବେ। ଫେବୃଆରୀ ପ୍ରଥମ ସପ୍ତାହରୁ ରୁଷି କୁମାର ଶୁକ୍ଲା କାର୍ଯ୍ୟକାଳ ଶେଷ କରିବା ପରଠାରୁ ଏହି ପଦବୀ ଖାଲି ପଡିଛି। ସେବେଠାରୁ ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବରେ ପ୍ରାଥମିକ ଅନୁସନ୍ଧାନକାରୀ ସଂସ୍ଥାର କାର୍ଯ୍ୟ ଉପରେ ଦୃଷ୍ଟି ରଖିଥିଲେ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଉଚ୍ଚ ସ୍ତରୀୟ କମିଟି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ, ଶାସ୍ତ୍ରୀ ସୀମା ବାଲ (ଏସସିବି) ମହାନିର୍ଦ୍ଦେଶକ କୁମାର ରାଜେଶ ଚନ୍ଦ୍ର ଏବଂ ଗୁହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିକେ କୌମୁଦୀଙ୍କ ନାମ ବିଚାରକୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କମିଟିର ଅନ୍ୟ ଦୁଇଜଣ ସଦସ୍ୟ, କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଏବଂ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା ମଧ୍ୟ ଉପସ୍ଥିତ ଥିଲେ।

Also Read | Board Exam:ସରକାରଙ୍କ ବଡ ନିଷ୍ପତ୍ତି, ଜୁଲାଇ ୧ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *