Corona Angul: ଆଜି ଅନୁଗୁଳ ଜିଲ୍ଲାରୁ ୮୦୩ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ପୁଣି ଆଜି ୮୦୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୪୪ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ସର୍ବାଧିକ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୫୭ଜଣ (୧୦୭ଜଣ ପୁରୁଷ ଓ ୫୦ଜଣ ମହିଳା) ଚିହ୍ନଟ ହୋଇଛନ୍ତି। ସେହିପରି ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୩୪ଜଣ (୮୬ଜଣ ପୁରୁଷ ଓ ୪୮ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୧୦୩ଜଣ (୭୬ଜଣ ପୁରୁଷ ଓ ୨୭ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୮୩ଜଣ (୪୯ଜଣ ପୁରୁଷ ଓ ୩୪ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୮୦କଣ (୫୩ଜଣ ପୁରୁଷ ଓ ୨୭ ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୭୪ଜଣ (୪୭ଜଣ ପୁରୁଷ ଓ ୨୭ଜଣ ମହିଳା), କିଶୋରନଗର ବ୍ଳକ୍‌ ଅଂଚଳରୁ ୫୯ଜଣ (୩୫ଜଣ ପୁରୁଷ ଓ ୨୪ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୪୬ଜଣ (୨୭ଜଣ ପୁରୁଷ ଓ ୧୯ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୪୩ଜଣ (୨୭ଜଣ ପୁରୁଷ ଓ ୧୬ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୯ଜଣ (୧୧ଜଣ ପୁରୁଷ ଓ ୮ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୫ଜଣ (୪ଜଣ ପୁରୁଷ ଓ ୧ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୧୧ ଜଣକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୮୫୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୯ ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Board Exam:ସରକାରଙ୍କ ବଡ ନିଷ୍ପତ୍ତି, ଜୁଲାଇ ୧ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

[amazon_auto_links id=”9939″]
Share this: