France Airstrike: ମାଲିରେ ଅଲ କାଏଦା ଦଳ ଉପରେ ମିସାଇଲ୍ ଦ୍ଵାରା ଆକ୍ରମଣ, ୫୦ ଆତଙ୍କବାଦୀ ନିହତ

France Airstrike

ମାଲି (Mali) ର ଆତଙ୍କବାଦୀ ବେସରେ ଫ୍ରାନ୍ସ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ପ୍ରାୟ ୫୦ ଅଲ-କାଏଦା ଆତଙ୍କବାଦୀ (Al qaeda terrorists) ନିହତ ହୋଇଥିବା ଦାବି କରାଯାଇଛି। ଫ୍ରାନ୍ସର ସେନା ମୁଖପାତ୍ର କର୍ଣ୍ଣେଲ ଫ୍ରେଡେରିକ୍ ବାରବାରୀ କହିଛନ୍ତି ଯେ ଚାରିଜଣ ଆତଙ୍କବାଦୀ ଧରାପଡିଛନ୍ତି। ଏକ ଆତ୍ମଘାତୀ ଜ୍ୟାକେଟ ଜବତ କରାଯାଇଛି। ଏହି ସଂଗଠନ ଏଠାରେ ସେନା ବେସ ଉପରେ ଆକ୍ରମଣ କରିବାକୁ ଯାଉଥିଲା।

ଫ୍ରାନ୍ସର ଡ୍ରୋନ୍ ବୁର୍କିନା ଫାସୋ (Burkina Faso) ଏବଂ ନାଇଜର ସୀମା ନିକଟରେ ମୋଟରସାଇକେଲର (Motor Bike) ଏକ ଦଳ ଦେଖିବାକୁ ମିଳିଥିଲା। ଦୁଇଟି ମିରାଜ ବିମାନରୁ କ୍ଷେପଣାସ୍ତ୍ର ଏହି ଦଳ ଉପରେ ଆକ୍ରମଣ କରିଥିଲା।

ଗତ ସପ୍ତାହରେ ଫ୍ରାନ୍ସ ଏହି ଅଞ୍ଚଳରେ ଜିହାଦୀମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିଲା। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ (Defence Minister Florence Parly) କହିଛନ୍ତି, ମୁଁ ଏକ ଅପରେସନ୍ ବିଷୟରେ କହିବାକୁ ଚାହେଁ ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ୩୦ ଅକ୍ଟୋବରରେ କାର୍ଯ୍ୟକାରୀ କରାଯାଇଥିଲା। ଏହା ଅଧୀନରେ ୫୦ ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।

ଲଗାତାର ଆକ୍ରମଣ ଯୋଗୁଁ ସରକାର ଫ୍ରାନ୍ସରେ ସୈନ୍ୟବାହିନୀ ସଂଖ୍ୟାକୁ ଦ୍ୱିଗୁଣିତ କରିଛନ୍ତି। ମାକ୍ରୋନ୍ ଏହି ଘଟଣାଗୁଡ଼ିକୁ ଇସଲାମୀୟ ଆତଙ୍କବାଦ ବୋଲି କହିଥିଲେ। ସେବେଠାରୁ ସେ ମୁସଲମାନ ଦେଶର ନେତାଙ୍କ ଟାର୍ଗେଟରେ ରହିଆସିଥିଲେ। ଅନେକ ଦେଶରେ ଫରାସୀ ସାମଗ୍ରୀକୁ ବଏକଟ୍ (Boycott) କରିବା ପାଇଁ ଅଭିଯାନ ଚାଲିଛି।

Also Read| Kabul News: କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ୧୯ ଜଣ ଛାତ୍ର ନିହତ

Share this: