Covid-19 Recovery Rate: ଦେଶରେ କରୋନାରୁ ଆରୋଗ୍ୟ ହାର ୯୨ ପ୍ରତିଶତକୁ ବୃଦ୍ଧି, କରୋନାରେ ମୃତ୍ୟୁହାର ହ୍ରାସ

Share this:

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାରରୁ ଅଧିକ କରୋନା (Corona Virus) ସଂକ୍ରମିତ ସୁସ୍ଥ ହେବା ପରେ ଆରୋଗ୍ୟ ହାର (Recovery Rate) ୯୨ ପ୍ରତିଶତକୁ ବୃଦ୍ଧିପାଇଛି।  ଦେଶରେ କରୋନା ଭୂତାଣୁଙ୍କ ଅବସ୍ଥା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଆଜି ସୁଦ୍ଧା ୭୬ ଲକ୍ଷ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏବେ ମୋଟ୍‍ ସଂକ୍ରମଣର ମାତ୍ର ୬.୧ ପ୍ରତିଶତ ସକ୍ରିୟ ସଂକ୍ରମିତ ଅଛନ୍ତି। ବିଭିନ୍ନ କୋଭିଡ୍‍ ହସ୍ପିଟାଲରେ ୫ ଲକ୍ଷ ୪୧ ହଜାର ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଅତିକ୍ରମ କରିଛି। ସେହିଭଳି ଗତ ୨୪ ଘଣ୍ଟାରେ ୪୯୦ ଜଣଙ୍କ ମୃତ୍ୟୁ ସହ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୩ ହଜାର ୯୭କୁ ବୃଦ୍ଧି ପାଇଛି। ସାରା ବିଶ୍ୱରେ କରୋନାଜନିତ ମୃତ୍ୟୁହାର ତୁଳନାରେ ଭାରତରେ ଏହା ସର୍ବନିମ୍ନ ୧.୦୪ ପ୍ରତିଶତ ରହିଛି।

ଭାରତୟ ଭେଷଜ ଗବେଷଣା ପରିଷଦ (ICMR) ସୂଚନା ଅନୁଯାୟୀ ଗତକାଲି ଗୋଟିଏ ଦିନରେ ୧୦ ଲକ୍ଷ ୪୬ ହଜାର ନମୁନା ପରୀକ୍ଷା କରାଯାଇଛି। ଆଜି ସୁଦ୍ଧା ୧୧ କୋଟି ୧୭ ଲକ୍ଷ ନମୁନା ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୮୯ ଜଣଙ୍କୁ ହରାଇଥିବାବେଳେ ସାରା ବିଶ୍ୱରେ ୧୦ ଲକ୍ଷ ଜନସଂଖ୍ୟାରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୁଳନାରେ କମ୍। ପରୀକ୍ଷା, ଟ୍ରାକ୍, ଟ୍ରେସ ଏବଂ ଚିକିତ୍ସା ଧ୍ୟାନ ଆବଶ୍ୟକ କରେ ଦେଶର ସ୍ଥିତିରେ ସୁଧାର ଆସିଛି।

Also Read | Corona Vaccine: ରାଜ୍ୟରେ କରୋନା ଟୀକା ପ୍ରଥମେ ପାଇବେ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

Share this: