Odisha Covid19: ଆଜି ରାଜ୍ୟରେ ୧୪୬୨ ଜଣ କରୋନାରୁ ହେଲେ ମୁକ୍ତ

corona virus news odisha daily updates

ଭୁବନେଶ୍ଵର (mahimalive): ରାଜ୍ୟରେ ଆଜି ୧ ହଜାର ୪୬୨ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୮୦ ହଜାର ୫୫୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୭୩ ଜଣ, କଟକରୁ ୧୨୮ ଜଣ, ଅନୁଗୋଳରୁ ୭୨ ଜଣ, ବରଗଡ଼ରୁ ୫୩ ଜଣ, ଯାଜପୁରରୁ ୪୨ ଜଣ, ମୟୁରଭଞ୍ଜରୁ ୪୨ ଜଣ, ଭଦ୍ରକରୁ ୨୫ ଜଣ, ବାଲେଶ୍ଵରରୁ ୫୪ ଜଣ, ଢେଙ୍କାନାଳରୁ ୧୫ ଜଣ, ପୁରୀରୁ ୫୬ ଜଣ, ଜଗତସିଂପୁରରୁ ୫୩ ଜଣ, ଗଞ୍ଜାମରୁ ୩୯ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୨ ଜଣ, ନୟାଗଡରୁ ୨୪ ଜଣ, ସୋନପୁରରୁ ୧୫ ଜଣ, ବଲାଙ୍ଗୀରରୁ ୬୫ ଜଣ, ସୁନ୍ଦରଗଡରୁ ୭୭ ଜଣ, ଝାରସୁଗୁଡାରୁ ୫୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୭ ଜଣ, କେନ୍ଦ୍ରାପଡା ୧୦୪ ଜଣ, କୋରାପୁଟରୁ ୨୪ ଜଣ, କେଉଁଝରରୁ ୪୧ ଜଣ, କନ୍ଧମାଳରୁ ୧୫ ଜଣ, ନୂଆପଡ଼ାରୁ ୩୬ ଜଣ, କଳାହାଣ୍ଡିରୁ ୩୪ ଜଣ, ବୌଦ୍ଧରୁ ୩୨ ଜଣ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ, ଦେଓଗଡରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୭ ଜଣ ସୁସ୍ଥ ହୋଇଛନ୍ତି।

Also Read| Cyber Crime: ସାଇବର ଅପରାଧ ମୁକାବିଲା ପାଇଁ ସାଇବର କମ୍ପେକ୍ସ ଉଦ୍‍ଘାଟିତ

Share this: