President Visits Odisha: ବିନା କୌଣସି ଚାପରେ ଛାତ୍ରଛାତ୍ରୀମାନଙ୍କୁ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ
ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind) ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲା ଏନ୍ଆଇଟି (Rourkela-NIT ) ର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ଦେଶର ଟେକ୍ନୋଲୋଜି (Technology) କ୍ଷେତ୍ରରେ ଏନ୍ଆଇଟିର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସମାଜ ପ୍ରତି ଏନ୍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି। ତେଣୁ ବିନା କୌଣସି ଚାପରେ ଛାତ୍ରଛାତ୍ରୀମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସଫଳତା ପାଇବା ପରେ ସମାଜକୁ ଭୁଲି ନ ଯାଇ ପାଠପଢ଼ା ସହ ସମାଜ ସେବା ପ୍ରତି ଆକୃଷ୍ଟ ହେବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି। ଯେଉଁ କାମରେ ନିଜକୁ ଆତ୍ମସନ୍ତୋଷ ମିଳୁଛି ସେହି କାମ କରିବା ଦ୍ୱାରା ନିଜକୁ ପୂର୍ଣ୍ଣତା ମିଳିପାରିବ ବୋଲି ସେ କହିଛନ୍ତି।
ସେହିପରି ବିଜ୍ଞାନ (Science) ରେ ମହିଳାମାନଙ୍କର ଭୂମିକାକୁ ନେଇ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ଆହୁରି ମଜବୁତ କରିବାକୁ ପଡିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଉଚ୍ଚତର ଶିକ୍ଷା ବିଶେଷକରି ଇଂଜିନିୟରିଂ, ବିଜ୍ଞାନ, ଟେକ୍ନୋଲୋଜି ଓ ଗଣିତ ଆଦି କ୍ଷେତ୍ରରେ ଝିଅମାନଙ୍କର ଅଧିକ ପ୍ରତିନିଧିତ୍ୱର ଆବଶ୍ୟକତା ରହିଛି। ବୈଷୟିକ କ୍ଷେତ୍ରରେ ମହିଳା ମାନଙ୍କର ଅଭିବୃଦ୍ଧି ଓ ଉତ୍କର୍ଷ ଆମ ଜାତୀୟ ବିକାଶକୁ ନୂଆ ଦିଗ୍ଦର୍ଶନ ଦେବ ବୋଲି ରାଷ୍ଟ୍ରପତି କହିଛନ୍ତି।
ଭାରତକୁ ଜ୍ଞାନର କେନ୍ଦ୍ର କରିବା ନୂଆ ଶିକ୍ଷାନୀତି (New Education Policy) ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ୭ଜଣ ସ୍ୱର୍ଣ୍ଣପଦକ ବିଜେତାଙ୍କ ମଧ୍ୟରୁ ୩ ଜଣ ଛାତ୍ରୀ ଏହାର ଅଧିକାରୀ ହେଇଥିବାରୁ ରାଷ୍ଟ୍ରପତି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେହିପରି ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ଓଡ଼ିଶା ବେଶ୍ ସମୃଦ୍ଧ। କୋଣାର୍କ ସୂର୍ଯ୍ୟମନ୍ଦିର (Konark Sun Temple) କଳା ଓ ବିଜ୍ଞାନର ଉତ୍କୃଷ୍ଟ ନିଦର୍ଶନ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶ ସ୍ୱାଧୀନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହି ଅବସରରେ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।
ଆଜିର ସମାବର୍ତ୍ତନ ଉତ୍ସବରେ ୩ ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଳମ୍ ବିର୍ଲା, ସାହିତ୍ୟ ପାଇଁ ସୀତାକାନ୍ତ ମହାପାତ୍ର, ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଆଜିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ର ତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ, ସାଂସଦ ଜୁଏଲ୍ ଓରାମ ଏବଂ ଏନ୍ଆଇଟି ନିର୍ଦ୍ଦେଶକ ଅନୀମେଷ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।
ଆସନ୍ତାକାଲି ଗସ୍ତର ଅନ୍ତିମ ଦିବସରେ ରାଷ୍ଟ୍ରପତି ଶ୍ରୀମନ୍ଦିର ପରିଦର୍ଶନ କରିବା ସହ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଭାରତୀୟ ତୈଳ ନିଗମର ବ୍ୟାଖ୍ୟାନ କେନ୍ଦ୍ର ପରିଭ୍ରମଣ କରିବେ। ଏଥିପାଇଁ ଉଭୟ ଶ୍ରୀକ୍ଷେତ୍ର ଓ ଅର୍କ କ୍ଷେତ୍ରରେ କାରକେଡ୍ ରିହରସାଲ ହୋଇଛି। ଆସନ୍ତାକାଲି କୋଣାର୍କ ପରିଦର୍ଶନ ପରେ ଭୁବନେଶ୍ୱର ଫେରି ସନ୍ଧ୍ୟାରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
[amazon_auto_links id=”10233″]
Also Read | Corona In India: ଭାରତରେ ଦିନକୁ ଦିନ ନୂଆ ରେକର୍ଡ ସହ କରୋନା ବଢୁଛି, ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାରରୁ ଅଧିକ ନୂଆ ମାମଲା