Odisha Winter Season: ଓଡ଼ିଶା ଥରୁଛି ଶୀତରେ, ୧୧ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀରୁ କମ୍

Share this:

ଭୁବନେଶ୍ୱର : Odisha Winter Season ଓଡ଼ିଶା ଶୀତରେ ଥରୁଛି। ଆଗକୁ ଆହୁରି ବଢିପାରେ। ରାଜ୍ୟରେ ଦିନକୁ ଦିନ ଶୀତର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍‌ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ୧୧ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ରୁ କମ୍ ରହିଛି।

ସୂଚନା ଅନୁସାରେ ଜି.ଉଦୟଗିରିଠାରେ ସର୍ବନିମ୍ନ ରାତି ତାପମାତ୍ରା ୫.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ସେଲସିୟସ୍‌ ରହିଛି।

Advertisement

realme-narzo-_50_under-9999

ସେହିପରି ଆଗାମୀ ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସହ ଶୀତର ପ୍ରକୋପ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (Odisha Winter Season ) ପକ୍ଷରୁ ସୂଚନା ଦିଆଯାଇଛି।

Read Also | PM Kisan Beneficiary New Status: ଏହି ଦିନ ମିଳିବ ପିଏମ କିସାନ ୧୩ତମ କିସ୍ତି

bolt-smart-watch

FROM THE WEB

Share this:

Leave a Reply

Your email address will not be published. Required fields are marked *