School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ
ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନେଇ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ଶୁକ୍ରବାର ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ପରୀକ୍ଷା ଓ ନାମଲେଖା ପ୍ରକ୍ରିୟା ଜାରି ରହିବ। ପୂର୍ବପରି ଅନ୍ଲାଇନ୍ କ୍ଲାସ ଚାଲିବ ବୋଲି ଜଣାପଡ଼ିଛି।
ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡିସେମ୍ବର ୨ୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି।

Also Read| Haryana: ଏଥର ହରିୟାଣାରେ ବେସରକାରୀ ଚାକିରୀରେ ନିଜ ରାଜ୍ୟ ଯୁବକ ଯୁବତୀଙ୍କ ପାଇଁ ୭୫% ସଂରକ୍ଷିତ
