Odisha Covid19: ଆଜି ରାଜ୍ୟରେ ଆଉ ୩୩୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୩ ହଜାର ୩୧୨ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୮୪କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୫୮ ଜଣ ସୁସ୍ଥ କଟକରୁ ୨୬୨ ଜଣ, ଅନୁଗୋଳରୁ ୧୧୨ ଜଣ, ବରଗଡ଼ରୁ ୬୧ ଜଣ, ଯାଜପୁରରୁ ୫୮ ଜଣ, ମୟୁରଭଞ୍ଜରୁ ୧୨୧ ଜଣ, ଭଦ୍ରକରୁ ୬୨ ଜଣ, ବାଲେଶ୍ଵରରୁ ୧୫୩ ଜଣ, ଢେଙ୍କାନାଳରୁ ୬୮ ଜଣ, ପୁରୀରୁ ୮୫ ଜଣ, ଜଗତସିଂପୁରରୁ ୬୪ ଜଣ, ରାୟଗଡାରୁ ୩୪ ଜଣ, ଗଞ୍ଜାମରୁ ୪୭ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୯୮ ଜଣ, ନୟାଗଡ ୬୯ ଜଣ, ସୋନପୁରରୁ ୪୮ ଜଣ, ବଲାଙ୍ଗୀରରୁ ୧୦୯ ଜଣ, ସୁନ୍ଦରଗଡରୁ ୬୩ ଜଣ, ଝାରସୁଗୁଡାରୁ ୧୨୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୧ ଜଣ, କେନ୍ଦ୍ରାପଡା ୮୮ ଜଣ, କୋରାପୁଟରୁ ୬୯, କେଉଁଝରରୁ ୧୧୭ ଜଣ, କନ୍ଧମାଳରୁ ୮୩ ଜଣ, ନୂଆପଡ଼ାରୁ ୧୫୧ ଜଣ, କଳାହାଣ୍ଡିରୁ ୫୩ ଜଣ, ଗଜପତିରୁ ୧୬ ଜଣ, ବୌଦ୍ଧରୁ ୩୯ ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ ଜଣ, ଦେଓଗଡରୁ ୧୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି।

Also Read |India Covid19: ୨୪ ଘଣ୍ଟାରେ ୭୮୫୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୯୭୧ ଜଣ ମୃତ୍ୟୁ;ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ ଏବଂ ହେଡଲାଇନ୍ ସହିତ ଅପଡେଟ୍ ରହିବାକୁ … Click Here◆

Share this: