Odisha Covid: ଓଡ଼ିଶାରେ ପୁଣି ବଢିଲା କରୋନା,ଆଜି ଆଉ ନୂଆ ୨୮୦୬ ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କିଛିଦିନ କରୋନା (Coronavirus) ସଂକ୍ରମଣ କମୁଥିଲା। କିନ୍ତୁ ଆଜି ପୁଣି ବଢିଛି ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨ହଜାର ୮୦୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୯୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୯୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୦୨ଜଣ, ବାଲେଶ୍ଵରରୁ ୧୫୩ଜଣ, ବରଗଡ଼ରୁ ୩୩ଜଣ, ଭଦ୍ରକରୁ ୮୩ଜଣ, ବଲାଙ୍ଗୀରିରୁ ୧୦ଜଣ, ବୌଦ୍ଧରୁ ୯ଜଣ, କଟକରୁ ୪୪୧ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୧୨୪ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୯ଜଣ, ଜଗତସିଂପୁରରୁ ୧୧୯ଜଣ, ଯାଜପୁରରୁ ୨୫୨ଜଣ, ଝାରସୁଗୁଡାରୁ ୧୦ଜଣ, କଳାହାଣ୍ଡିରୁ ୨୫ଜଣ, କନ୍ଧମାଳରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୫୭ଜଣ, କେଉଁଝରରୁ ୭୨ଜଣ,  କୋରାପୁଟରୁ ୧୯ଜଣ, ମାଲକାନଗିରିରୁ ୩୫ଜଣ, ମୟୁରଭଞ୍ଜରୁ ୧୦୯ଜଣ, ନବରଙ୍ଗପୁରରୁ ୨୦ଜଣ, ନୟାଗଡ଼ରୁ ୮୬ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୧୩୮ଜଣ, ରାୟଗଡାରୁ ୩୦ଜଣ, ସମ୍ବଲପୁରରୁ ୨୬ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡରୁ ୬୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୧୯ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୪ ଲକ୍ଷ ୧୪ ହଜାର ୩୬୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୩୫ ହଜାର ୧୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ହଜାର ୮୯୬ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩ ହଜାର ୧୭୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୭ ହଜାର ୪୨୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Modi New Cabinet Ministers: ମୋଦୀଙ୍କ କ୍ୟାବିନେଟରେ ୭ ମହିଳା ଶକ୍ତି

[amazon_auto_links id=”9932″]

Share this: